ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବ । ରାତି ୭ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିବ । ତେଣୁ ସର୍ତକ ରୁହନ୍ତୁ । ତାଣ୍ଡବ ରଚିବ କାଳବୈଶାଖୀ । ଏହି ସୂଚନା ଦେଇଛି ପାଣିପାଗ ବିଭାଗ । ରାଜ୍ୟର ୧୪ଟି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିବ । ଏହାର ପ୍ରଭାବରେ ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ।
ଜାରୀ ହୋଇଥିବା ସୂଚନାନୁସାରେ, ସନ୍ଧ୍ୟା ୭ଟା ମଧ୍ୟରେ ବାଲେଶ୍ୱର, ମୟୁରଭଞ୍ଜ,କେନ୍ଦ୍ରାପଡା, ଭଦ୍ରକ, କେନ୍ଦୁଝର, ଗଂଜାମ, ଗଜପତୀ, ରାୟଗଡ଼ା, ଜଗତସିଂହପୁର, ଯାଜପୁର, କଟକ, କୋରାପୁଟ, ଖୋର୍ଦ୍ଧା ଓ ଢ଼େଙ୍କାନାଳରେ ଏହାର ପ୍ରଭାବ ଅଧିକ ପଡିବାର ସମ୍ଭାବନା ରହିଛି । ତେଣୁ ଜନସାଧାରଣ ସର୍ତକ ରହିବାକୁ ସୂଚାଇ ଦେଇଛି ପାଣିପାଗ ବିଭାଗ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ଲାଗି ପରାମର୍ଶ ମଧ୍ୟ ଦିଆଯାଇଛି ।