ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶରେ ପେଟ୍ରୋଲ, ଡିଜେଲ, ପିଆଜର ଆକାଶ ଛୁଆଁ ଦର ଲୋକଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ବର୍ତ୍ତମାନ ଯାତାୟତ ପାଇଁ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ଅଧିକ ଅର୍ଥ ।
ରେଳ ବିଭାଗର ଆର୍ଥିକ ସ୍ଥିତି ଭଲ ନଥିବାରୁ ବଢିପାରେ ରେଳ ଭଡା । ଆର୍ଥିକ ସଂକଟରୁ ମୁକୁଳିବ ପାଇଁ ରେଳ ବଭାଗ ପକ୍ଷରୁ ନିଆଯାଉଛି ଏପରି ପଦକ୍ଷପ । ଏନେଇ ଭଡା ବଢିବା ପୁର୍ବରୁ ବିଭିନ୍ନ ଦିଗ ଉପରେ ସମିକ୍ଷା କରାଯାଉଛି । ଏହା ପରେ ପୁର୍ଣ୍ଣ ନିସ୍ପତି ନିଆଯିବ ।
ପୁର୍ବରୁ ଅକ୍ଟୋବର ୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ରେଳ ବୋର୍ଡର ଏକ ବୈଠକ ବସିଥିଲା, ଯେଉଁଥିରେ ଦେଶର ରେଳ ବିଭାଗର ଆଧୁନିକରଣ ଏବଂ ଭଡା ବଢାଇବା ନେଇ ସମୀକ୍ଷା କରାଯାଇଥିଲା । ଏଥି ସହିତ ରେଳ ବିଭାଗରେ ଦେଖାଦେଇଥିବା ଆର୍ଥିକ ସଂକଟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ସୁଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ରେଳ ବିଭାଗକୁ ଏକ ଚିଠି ଲେଖିଥିଲା ଯେଉଁଥିରେ ରେଳ ବିଭାକର ଆଧୁନିକରଣ ସହିତ ରେଳ ଭଡା ବୃଦ୍ଧି ବାବଦରେ ଉଲ୍ଲେଖ ଥିଲା ।
ତେବେ ଏ ନେଇ ରେଲୱେ ମୁଖପାତ୍ର ମତ ରଖିଛନ୍ତି ଯେ, ଯାତ୍ରୀ ଭଡା ବଢାଇବା ନେଇ କୌଣଷି ପ୍ରସ୍ତାବ ନାହିଁ, ଏହି ବିଷୟରେ ବାସ ସମୀକ୍ଷା କରାଯାଉଛି, ରେଳ ଭଡା ବଢିବା ପରିବର୍ତ୍ତେ କମି ମଧ୍ୟ ପାରେ ।
ସେପଟେ କିନ୍ତୁ ରେଳ ବୋର୍ଡର ଅଧ୍ୟକ୍ଷ ସ୍ୱିକାର କରିଛନ୍ତି ଯେ, ରେଳ ବିଭାଗରେ ପେନସନ ଉପଭୋକ୍ତାଙ୍କୁ ମିଶାଇ ମୋଟ ୧୩ଲକ୍ଷ କର୍ମଚାରି ଅଛନ୍ତି ଏବଂ ସେମାନଙ୍କ ପାଇଁ ରେଳ ବିଭାଗକୁ ୨.୧୮ଲକ୍ଷ କୋଟି ଟଙ୍କାର ବୋଝ ମୁଣ୍ଡାଇବାକୁ ପଡୁଛି । ହେଲେ ରେଳ ବିଭାଗ ୨ଲକ୍ଷ କୋଟି ଟଙ୍କା ରୋଜଗାର କରୁଛି ।