ଅଯୋଧ୍ୟା (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ବିଲ୍ କୁ ନେଇ ପୂରା ଦେଶରେ ଅସନ୍ତୋଷ ଲାଗି ରହିଥିବା ବେଳେ ଏହାର ଅଧିକ ପ୍ରଭାବ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଥିଲା । ଏହାର ବିରୋଧରେ ଉତ୍ତର ପ୍ରଦେଶରେ ଅଧିକ କ୍ଷୟକ୍ଷତି ହୋଇଛି । ନାଗରିକତା ଆଇନର ବିରୋଧ ଜାମିୟା ନଗରରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଆଇନ ବିରୋଧରେ ଉତ୍ତେଜନା ଧୀରେ ଧୀରେ କମିବାକୁ ଲାଗିଥିବା ବେଳେ ଉତ୍ତରର ପ୍ରଦେଶରରେ ଏବେ ବି କିଛି ସ୍ଥାନରେ ଏହି ବିଲ୍ କୁ ନେଇ ଚାପା ଉତ୍ତେଜନା ଲାଗି ରହିଛି । ଏହାକୁ ଆଖିଆଗରେ ରଖି ଅଯୋଧ୍ୟାରେ ଧାରା ୧୪୪ ଆଗାମୀ ଫେବୃଆରୀ ୨୫ଯାଏଁ ଜାରି ରହିବ ବୋଲି ମାଜିଷ୍ଟ୍ରେଟ କହିଛନ୍ତି ।
ଅଯୋଧ୍ୟରେ ଧାରା ୧୪୪ ଫେବୃଆରୀ ୨୫ଯାଏ ଲାଗିବା କଥା ଅଯୋଧ୍ୟାର ଜିଲ୍ଲା ମାଜିଷ୍ଟ୍ରଟ ଅନିଲ କୁମାର ଝା କହିଛନ୍ତି । ମିଳିଥିବା ସୂଚନା ମୁତାବକ ନାଗରିକତା ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ଦିନଠାରୁ ଉତ୍ତର ପ୍ରଦେଶରେ ଅଧିକ ହିଂସା ଦେଖିବାକୁ ମିଳିଛି । ପାକିସ୍ତାନ, ଆଫଗାନିସ୍ତାନ , ବାଂଲାଦେଶରୁ ନିର୍ଯ୍ୟାତିତ ହୋଇ ଆସୁଥିବା ଶରଣାର୍ଥୀ ମାନଙ୍କୁ ଅର୍ଥାତ ଯେଉଁମାନେ ୨୦୧୫ ହିସେମ୍ବର ୩୧ରୁ ରହିଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।