ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଗତକାଲି ସରିଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜନତା ମଇଦାନରେ ଚାଳିଥିବା ଏହି ମେଳା ଦୀର୍ଘ ୧୩ ଦିନ ଧରି ଚାଲିଥିଲା । ଗତକାଲି ହୋଇଥିବା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦୀର୍ଘ ୧୩ ଦିନ ଧରି ଚାଳିଥିବା ଏହି ମେଳାରେ ୮ କୋଟି ୨୨ ଲକ୍ଷ ୧୦ ହଜାର ଟଙ୍କାର ହସ୍ତତନ୍ତ ବିକ୍ରି ହୋଇଥିବା ବେଳେ ୧୦ କୋଟି ୫୪ ଲକ୍ଷ ୬୩ ହଜାର ଟଙ୍କାର ହସ୍ତଶିଳ୍ପ ବିକ୍ରି ହୋଇଛି । ସେହି ଭଲି ରାଜ୍ୟ ବାହାରୁ ଓ ଓଡିଶା ର ପାରମ୍ପରିକ ଖାଦ୍ୟକୁ ନେଇ ପଡି ଥିବା ଫୁଡକୋର୍ଟରେ ମୋଟ ୩ କୋଟି ୧୪ ଲକ୍ଷ ୭୬ ହଜାର ଟଙ୍କାର ବ୍ୟବସାୟ ହୋଇଥିବାର ସୂଚନା ମିଳିଛି ।