କେନ୍ଦ୍ରାପଡା(ଏଟିଆର ବ୍ୟୁରୋ): ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଆଜିଠାରୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଏହି ଗଣନା ପାଇଁ କୁମ୍ଭୀର ବିଷାରଦ ଡ. ସୁଧାକର କରଙ୍କ ନେତୃତ୍ୱରେ ୨୩ଟି ଟିମ୍ ନିୟୋଜିତ କରାଯାଇଛି । ପ୍ରତି ଟିମ୍୪ରୁ ୫ ଜଣ ସଦସ୍ୟ ଥିବାର ଜଣାପଡିଛି । ଭିତରକନିକାରେ କୁମ୍ଭୀର ଗଣନା ପାଇଁ ଗତ ୨୬ ତାରିଖରୁ ଏହାକୁ ବନ୍ଦ ରଖାଯାଇଛି ।
ଶୀତ ଋତୁ ଚାଲିଥିବାରୁ ଭିତରକନିକାରେ ଭିଡ ଲାଗି ରହୁଛି । କୁମ୍ଭୀର ଗଣନାକୁ ନଜରରେ ରଖି ପର୍ଯ୍ୟଟକ ମାନଙ୍କୁ ଭିତରକନିକା ଯିବା ପାଇଁ ବାରଣ କରାଯାଇଛି । ଏହା ସହ ଭିତରକନିକାରେ ବୋଟ ଚଳାଚଳ କୁ ବନ୍ଦ କରାଯାଇଛି । ବୋଟ ଚଳାଚଳ ହେଲେ କୁମ୍ଭୀର ଗଣନାରେ ବାଧା ଉପୁଜିବ ବୋଲି ଏହାକୁ ବନ୍ଦ ରଖାଯାଇଛି । ଏହି ଗଣନା ଆସନ୍ତା ୪ ତାରିକ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।