ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁରଟରେ ରହୁଥିବା ପ୍ରବାସୀ ଓଡିଆ ଲୋକଙ୍କ ପାଇଁ ଆସିଲା ଖୁସି ଖବର । ଜାନୁଆରୀ ପହିଲାରୁ ଭୁବନେଶ୍ୱରରୁ ସୁରଟକୁ ଉଡିବ ବିମାନ । ବିମାନ ଯୋଗେ କିଛି ସମୟ ମଧ୍ୟରେ ସୁରଟରୁ ଭୁବନେଶ୍ୱର ପହଞ୍ଚି ହେବ । ଏ ନେଇ ସୂଚନା ପ୍ରଦାନ କରିଛନ୍ତି ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ । ସେ ନିଜ ଟ୍ୱିଇଟର ଆକାଉଣ୍ଟରେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ସେ ଲେଖିଛନ୍ତି, ଓଡିଶାବାସୀଙ୍କର ଦୀର୍ଘଦିନର ଦାବୀ ପୂରଣ ହୋଇଛି । ଆସନ୍ତା ଜାନୁଆରୀ ପହିଲାରୁ ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରୁ ସୁରଟକୁ ଚଳାଚଳ କରିବ ।
Long pending demand of #Odisha for air connectivity between #Bhubaheshwar & Surat would be fulfilled very soon. Tnx to @airindiain for commencing this flight on 20th January’20. pic.twitter.com/ZwJZUhXy8X
— Usha Padhee (@ushapadhee1996) December 29, 2019
ପୂର୍ବରୁ ଭୁବନେଶ୍ୱରରୁ ସୁରଟକୁ ଯିବାକୁ ହେଲେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚି ସୁରକୁ ଯିବାକୁ ପଡୁଥିଲା । ହେଲେ ଏବେ ପ୍ରବାସୀ ଓଡିଆମାନେ ଆଉ ଅହମ୍ମଦାବାଦ ନଯାଇ ଭୁବନେଶ୍ୱରରୁ ବାହାରି ସିଧାସଳଖ ଯାଇ ସୁରଟରେ ପହଞ୍ଚି ପାରିବେ ବୋଲି ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ ଜୁଲାଇ ୨୨ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ୱୀପ ଏସ୍ ପୁରୀଙ୍କ ସାକ୍ଷାତ କରିଥିଲେ । ସେଠାରେ ସେ ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଓଡିଶାରୁ ବିମାନ ଚଳାଚଳ ସୁବିଧା ନେଇ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନାରେ ସୁରଟର ସାଂସଦ ଉପସ୍ଥିତ ଥିବା ବେଳେ ଏହି ଦାବୀ ପୂରଣ ନେଇ ପ୍ରତିଶୃତି ମିଳିଥିଲା ।