କେରଳ(ଏଟିଆର ବ୍ୟୁରେ): କଥାରେ ଅଛି ପ୍ରେମ କେବେ ବୟସ ଦେଖି ହୋଇ ନଥାଏ । ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ । ଆଉ ଏହି ପ୍ରେମ କେତେ ବେଳେ କେଉଁ ସମୟରେ କାହା ସହ ହୋଇଥାଏ ତାହା କହି ହୁଏ ନାହିଁ । ଏହି ଭଳି ଏକ ପ୍ରେମ ଦେଖିବାକୁ ମିଳିଛି କେରଳର ତ୍ରିଶୁରରେ । ତ୍ରିଶୁର ରାମବର୍ମପୁରମ ଏକ ବୃଦ୍ଧାଶ୍ରମରେ ଏକ ନିଆର ବିବାହ ହୋଇଛି । ଯେଉଁଠି ବର କୋଛାନିଆ ମେନନଙ୍କ ବୟସ ୬୭ ଥିବା ବେଳେ ତାଙ୍କ କନ୍ୟା ସାଜିଥିଲେ ୬୫ ବୟସର ଲଷ୍ମୀ ଅମ୍ମାଲ । ଦୁହିଁଙ୍କର ବିବାହ ପାରମ୍ପରିକ ରିତି ନୀତି ଅନୁଯାଇ ସଂମ୍ପନ୍ନ ହୋଇଛି । ଆଉ ବର କନ୍ୟା ମଧ୍ୟରେ ପ୍ରେମ ସମ୍ପର୍କ ଏତେ ନିବିଡ ଥିଲା ଯେ ବିବାହ ମଧ୍ୟରେ ଦୁହେଁ ଦୁହିଁଙ୍କୁ କିସ୍ କରୁଥିଲେ ।
ସୂଚନା ଅନୁସାରେ ଉଭୟ ଉଭୟଙ୍କୁ ପୂର୍ବରୁ ଜାଣି ଥିଲେ । ତେବେ ଲକ୍ଷ୍ମୀଙ୍କ ସ୍ୱାମୀଙ୍କର ମୃତ ପରେ ତାଙ୍କ ପରିବାର ଲୋକ ତାଙ୍କୁ ଆଣି ବୃଦ୍ଧାଶ୍ରମରେ ଛାଡି ଦେଇଥିଲେ । ତେବେ କିଛି ଦିନ ପରେ କୋଛାନିଆଙ୍କୁ ତାଙ୍କ ପରିବାର ଲୋକ ଛାଡିବା ପରେ ସେ ସେହି ବୃଦ୍ଧାଶ୍ରମକୁ ଚାଲି ଆସିଥିଲେ । ଏହା ପରେ ଦୁହେିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ହୁହେଁ ମିଶି ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ । ଏହି ବିବାହ ଉତ୍ସବରେ ସ୍ଥାନୀୟ ଜିଲ୍ଲାପାଳ ଏସ ଶାନବାସ ଓ କେରଳର କୃଷିମନ୍ତ୍ରୀ ବିଏସ ଶିବକୁମାର ଯୋଗ ଦେଇଥିଲେ । ଏହି ବିବାହକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଲୋକ କହୁଛନ୍ତି ପ୍ରେମ କେବେ ବୟସ ମାନେନା ।