ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନେଣ-ଦେଣ, ଆଧାର, ପ୍ୟାନ, ଇଂସୁରାନ୍ସ, ଜିଏସଟି, ସହିତ ଅନେକ କ୍ଷେତ୍ରରେ ନୂତନ ବର୍ଷରୁ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନର ସିଧା ପ୍ରଭାବ ଆର୍ଥିକ ନେଣ ଦେଣ ଉପରେ ପଡିଥାଏ । ବିମା ନିୟାମକ ଇରଡା ପକ୍ଷରୁ ଇଂସୁରାନ୍ସ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାସହିତ ଇପିଏଫଓ ବି ତାର ନୂତନ ନିୟମ ଲାଗୁ କରିବାକୁ ଯାଉଛି । ଡିଜିଟାଲ ନେଣଦେଣକୁ ବୃଦ୍ଧି କରିବା ପାଇଁ ନୂତନ ବର୍ଷରୁ ଛୁଟ୍ ମିଳିବ । ଏହାସହିତ ଜିଏସଟି ଦରର ପରିବର୍ତ୍ତନରେ କିଛି ଜିନିଷ ମହଙ୍ଗା ହୋଇଯିବ ।
ରଦ୍ଦ ହୋଇପାରେ ପ୍ୟାନ୍: ନୂତନ ବର୍ଷ ଆରମ୍ଭରୁ ପ୍ୟାନ୍ ଧାରକଙ୍କୁ ଝଟକା ଲାଗିପାରେ । ଯଦି ଆପଣ ପ୍ୟାନ୍ କୁ ଆଧାର ସହ ୩୧ ଡିସେମ୍ବର ସୁଧା ଲିଙ୍କ ନକରୁଛନ୍ତି ତେବେ ଜାନୁଆରୀ ୧ ରୁ ଆପଣଙ୍କ ପ୍ୟାନ୍ କାମ କରିବା ନାହିଁ । ଏହାକା ନିଷ୍କ୍ରିୟ କାଟେଗୋରୀରେ ପକାଇ ଦିଆଯିବ । ଯାହାର ଅର୍ଥ ଏହା ଆପଣଙ୍କ ପାଇଁ ରଦ୍ଦ ହୋଇଯିବ । ଯଦି ଆପଣଙ୍କ ପ୍ୟାନ୍ ମାନ୍ୟ ନୁହେଁ ତେବେ ଆପଣ ଆୟକର, ନିବେଶ କିମ୍ବା ନେଣ ଦେଣ ସହ ଜଡିତ କାମ କରିପାରିବେ ନାହିଁ ।
ମହଙ୍ଗା ହେବ ବିମା ପ୍ରିମିୟମ: ୧ ଫେବୃଆର ୨୦୨୦ ରୁ ଜୀବନ ବିମା ପଲିସ ପ୍ରିମିୟରେ ପରିବର୍ତ୍ତନ ହେବ । ଏନେଇ ବିମା ନିୟାମକ ଇରଡା କମ୍ପାନୀକୁ ଆଦେଶ ଦିଆ ସରିଛି କି , ଲିଙ୍କଡ, ନନ୍ ଲିଙ୍କଡ ଇଂସୁରାନ୍ସ ପଲିସରେ ପରିବର୍ତ୍ତନ କରାଯିବ । ଏହି ନୂତନ ନିୟମ ଲାଗୁ ହେବା ପରେ ପ୍ରିମିୟମ ମହଙ୍ଗା ହୋଇଯିବ । ହୁଏତ ପଲିସି ମାଚ୍ୟୁରିଟିର ଉଠାଣ ସୀମା ୩୩ ପ୍ରତିଶତ ବଢି ୬୦ ପ୍ରତିଶତ ହୋଇଯିବ । ଏହାସହିତ ପଲିସି ନେଉଥିବା ବ୍ୟକ୍ତିଙ୍କ ପାଇଁ ଗ୍ୟାରଣ୍ଟେଡ୍ ରିଟର୍ଣ୍ଣ ର ବିକଳ୍ପ ବିି ମିଳିବ ।
ଏସବିଆଇରେ ଟଙ୍କା ଉଠାଇବାରେ ପରିବର୍ତ୍ତନ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହଙ୍କ ପାଇଁ ଜାନୁଆରୀ ୧ ରୁ ଦୁଇଟି ନିୟମ ଲାଗୁ ହେବ । ବ୍ୟାଙ୍କର ସମସ୍ତ ଏଟିଏମ ଏବଂ ଅନ୍ୟ ଟଙ୍କା ଉଠାଣ ସିଷ୍ଟମ ଜରିଆରେ ଟ୍ରାଞ୍ଜାକ୍ସନ ପାଇଁ ୱାନ୍ ଟାଇମ୍ ପାସ୍ ୱାର୍ଡ ଆସିବ । ଏହି ପ୍ରକିୟା ଦ୍ୱାରା ଠକାମି କମ୍ ହୋଇଯିବ । ଏହାବ୍ୟତିତ ସମସ୍ତ ଗ୍ରାହକଙ୍କ ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ବିଶିଷ୍ଟ କାର୍ଡ ପରିବର୍ତ୍ତନ ହୋଇଯିବ, ଯାହାର ଶେଷ ତାରି ଡିସେମ୍ବର ୩୧ ରହିଛି ।
ସମସ୍ତ ଗାଡିରେ ଫାସଟ୍ୟାଗ୍ ଜରୁରୀ: ଜାନୁଆରୀ ୧୫ ରୁ ସମସ୍ତ ଗାଡିରେ ଫସଟ୍ୟାଗ୍ ଅନିବାର୍ଯ୍ୟ । ଏପର୍ଯ୍ୟନ୍ତ ପାଖାପାଖି ଏକ କୋଟି ଫାସଟ୍ୟାଗ୍ ଜାରି ହୋଇସାରିଛି ।
ସବକା ବିଶ୍ୱାସ ଯୋଜନା ବନ୍ଦ: ଜାନୁଆରୀ ୧ରୁ ସବକା ବିଶ୍ୱାସ ଯୋଜନା ବନ୍ଦ କରିବାକୁ ଯାଉଛନ୍ତି ସରକାର ।
ଡିଜିଟାଲ ପେମେଣ୍ଟ ସହଜ: ଜାନୁଆରୀରୁ ରୁପେ କାର୍ଡ ଏବଂ ୟୁପିଆଇ ଜରିଆରେ କରାଯାଉଥିବା ନେଣ ଦେଣ ଉପରେ ମର୍ଚାଣ୍ଟ ଡିସକାଉଣ୍ଟରେଟ୍ (ଏମଡିଆର) ଲାଗୁ ହେବ ନାହିଁ । ଏହାସହିତ ୫୦ କୋଟିରୁ ଅଧିକ କାରୋବାର ଉପରେ ଡିଜିଟାଲ ପେମେଣ୍ଟ ନିଶୁଳ୍କ ହେବ । ଏହାସହା ଛୋଟ କାରୋବାରରେ ସହଜ ହୋଇଯିବ ।
ଇପିଏଫଓ ରେ ପେନସନ୍ କମ୍ୟୁଟେଶନର ସୁବିଧା: କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ର କର୍ମଚାରୀ ପେନସନ୍ ଯୋଜନା ଭଳି ପେନସନ୍ କୋଷରେ କମ୍ୟୁଟେସନ୍ ସୁବିଧା ଜାନୁଆରୀରୁ ଉଠାଇ ପାରିବେ ।
ଆଧାର ସହ ଜିଏସଟି ପଞ୍ଜିକରଣ: ଜିଏସଟି ପଞ୍ଜିକରଣକୁ ସହସ କରିବା ପାଇଁ ସରକାର ଆଧାର ଜରିଆରେ ପଞ୍ଜିକରଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ଆରମ୍ଭ ଜାନୁଆରୀ ୧ ରୁ ଆରମ୍ଭ ହେଉଛି । ୍ନୂତନ ରିଟଣ୍ଟ ଫାଇଲିଂ ସିଷ୍ଟମ ଅନୁଯାୟୀ ବ୍ୟବସାୟୀଙ୍କୁ ଆଧାର ଜରିଆରେ ଚିହ୍ନିବା ଜରୁରୀ ଅଟେ ।