ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ନନ୍ଦନକାନରରେ କଲରାପତରିଆ ବାଘୁଣୀ ବର୍ଷାର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ବର୍ଷାର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଗତ ଜୁଲାଇ ମାସରେ ବର୍ଷାର ଗର୍ଭାଶୟରେ ସମସ୍ୟା ଦେଖାଯିବାରୁ ତାର ଅସ୍ତ୍ରୋପଚାର କରାଯାଇଥିଲା । ଏହା ପରେ ବାଘୁଣୀ ବର୍ଷାକୁ ଚିକିତ୍ସାଧୀନରେ ରଖାଯାଇଥିଲା । ହେଲେ ଗତ କାଲି ସକାଳେ ହଟାତ୍ ବର୍ଷାର ଦେହ ଅଧିକ ଖରାପ ହୋଇଯାଇଥିଲା ।
ଏହା ପରେ ବାଘୁଣୀ ବର୍ଷାକୁ ପ୍ରଣୀଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ବର୍ଷାର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ବର୍ଷାକୁ ୧୪ ବର୍ଷ ହୋଇଥିଲା । ବର୍ଷାକୁ ୩ ମାସ ହୋଇଥିବା ବେଳେ ଚନ୍ଦକା ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା । ବର୍ଷାର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ କଲରାପତରିଆ ବାଘ ସଂଖ୍ୟା ୬କୁ ହ୍ରାସ ପାଇଛି ।