ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ହେଲେ ନୂଆ ସ୍ଥଳ ସେନା ମୁ୍ଖ୍ୟ । ଆଜି ସେ ୨୮ତମ ସ୍ଥଳସେନାର ମୁଖ୍ୟ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେନା ମୁଖ୍ୟ ବିପିନ ରାୱତଙ୍କର ଆଜି କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କଠାରୁ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ତେବେ ଆଜିଠାରୁ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଅନ୍ୟପଟେ ଆଜି ବିପିନ ରାୱତଙ୍କର ୩ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେଉଥିବାରୁ ସେ ଅବସର ଗ୍ରହଣ କରିଛନ୍ତି ।
General Manoj Mukund Naravane takes over as the 28th Chief of Army Staff, succeeding General Bipin Rawat. pic.twitter.com/ojJFCBIheA
— ANI (@ANI) December 31, 2019
ଭାରତୀୟ ସେନା ମୁଖ୍ୟ ଭାବେ କାର୍ଯ୍ୟକାଳର ଶେଷ ଦିନରେ ଜେନେରାଲ ବିପିନ ରାୱତ ଇଣ୍ଡିଆଗେଟ ସ୍ଥିତ ମେମୋରିଆଲର ସହୀଦଙ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତାଙ୍କ ସାଉଥ ବ୍ଲକରେ ଥିବା ସେନା ମୁଖ୍ୟ କାର୍ଯ୍ୟକାଳରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅବସରେ ସେ କହିଛନ୍ତି, ସେନାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ସମସ୍ତ ସହଯୋଗ ତାଙ୍କ ମିଳିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସବୁ ପ୍ରକାର ପରିସ୍ଥିତିର ସାମନା କରିବାକୁ ଭାରତୀୟ ସେନା ସର୍ବଦା ଆଗରେ ରହୁ ବୋଲି ଜେନେରାଲ ବିପିନ ରାୱତ କହିଛନ୍ତି । ସେପଟେ ଗତକାଲି ସେ ଦେଶର ପ୍ରଥମ ଚିଫ୍ ଅଫ୍ ଡିସ୍ନ୍ ଷ୍ଟାଫ୍ ପଦବୀର କାର୍ଯ୍ୟଭାର ସମ୍ଭାଳିଛନ୍ତି ।