ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂଆବର୍ଷରେ ଚାରିଆଡେ ଖୁସିର ମାହୋଲ ଚାଲିଥିବା ବେଳେ ରେଳବାଇ ପକ୍ଷରୁ ମହଙ୍ଗା ଉପହାର , ବଢିଲା ରେଳ ଭଡା । ଡିସେମ୍ବର ୧ରୁ ରେଳ ମାଧ୍ୟମରେ ଲମ୍ବା ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଢିଲା ଟିକେଟ ଦର । ଦୂରଯାତ୍ରା ପଡିବ ମହଙ୍ଗା । ଗତକାଲି ଏନେଇ ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି । ଆଜି ମଧ୍ୟରାତ୍ର ଠାରୁ ଏସିରେ ଯାତ୍ରା କରୁଥିବା ଲୋକଙ୍କୁ କିଲୋମିଟର ପିଛା ଅଧିକ ୪ପଇସା ଦେବାକୁ ହେବ । ଅନ୍ୟପଟେ ସାଧାରଣ ନନ୍- ଏସି ଯାତ୍ରା ପାଇଁ କିଲୋମିଟର ପିଛା ୧ପଇସା ଓ ନନ୍- ଏସି ଏକ୍ସପ୍ରେସ ପାଇଁ ୨ପଇସା ବଢିଯାଇଛି ।
ସେହିପରି ସେକେଣ୍ଡ କ୍ଲାସ ଅର୍ଡିନାରୀ, ସ୍ଲିପର କ୍ଲାସ ଅର୍ଡିସନ ଓ ଫାଷ୍ଟ କ୍ଲାସ ଅର୍ଡିନାରୀ ନନ୍ ଏସି ଯାତ୍ରା ପାଇଁ କିମି ପିଛା ଅଧିକ ୧ପିଇସା ବୃଦ୍ଧି ପାଇଛି । ୨ପଇସା ଲେଖାଏଁ ସେକେଣ୍ଡ କ୍ଲାସ, ଫାଷ୍ଟ କ୍ଲାସ ଓ ସ୍ଲିପର କ୍ଲାସରେ ବୃଦ୍ଧି ପାଇଛି । ସେହିପରି ୪ ପଇସା ଲେଖାଏଁ ଏସି ଚେୟାର କାର, ଏସ- ୩, ଏସି ୨ଟାଇର ଓ ଏସି ଫାଷ୍ଟକ୍ଲାସ ଦେବାକୁ ପଡିବ । ଶତାବ୍ଦୀ, ରାଜଧାନୀ ଓ ଦୂରୋନ୍ତ ଭଳି ପ୍ରିମିୟମ ଟ୍ରେନ ଯାତ୍ରା ପାଇଁ ଦର ବୃଦ୍ଧି ପାଇ ଥିବା ବେଳେ ସବଅର୍ବାନ ଟ୍ରେନ ଗୁହିକ ଏହି ଦର ବୃଦ୍ଧିରୁ ବାଦ ପଡିଛନ୍ତି । ତେବେ ଦିଲ୍ଲୀରୁ କଲିକତାକୁ ଯାଉଥିବା ରାଜଧାନୀ ଏକ୍ସପ୍ରେସ ୧୪୪୭ କିଲୋମିଟର ଦୂରତା ଅତିକ୍ରମ କରୁଥିବା ବେଳେ ଯାତ୍ରୀଙ୍କୁ ଆଉ ଅଧବକ ୫୮ଟଙ୍କା ଦେବାକୁ ପଡିବ ।