ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଜାରରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ହୋଣ୍ଡା ଆକ୍ଟିଭା ସ୍କୁଟର ଖୁବ ଶୀଘ୍ର ତାର ୬ ଜି ମଡେଲର ବଜାର ପ୍ରବେଶ କରାଇବ । ଏବେ ବଜାରରେ ମହଜୁଦ ଥିବା ହୋଣ୍ଡା ଆକ୍ଟିଭା ୫ ଜି ତାର ବି ଏସ ୬ ମଡେଲକୁ ବଜାରରେ ସଫଳତାର ସହିତ ବିକ୍ରି କରି ଚାଲିଛି । ତେଣୁ ହୋଣ୍ଡା ଆକ୍ଟିଭାକୁ ଆଉଟିକେ ଅଧିକ ଆକର୍ଷଣୀୟ କରି ଆକ୍ଟିଭା ୬ ଜି ମଡେଲରେ ଉପଲବ୍ଧ କରିବ । ହୋଣ୍ଡା ଆକ୍ଟିଭା ୬ ଜି ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ବଜାର ପ୍ରବେଶ କରିପାରେ ବୋଲି ସୂଚନା ମିଳିଛି ।
ପୂର୍ବ ଅପେକ୍ଷା ଏହା ଅଧିକ ଷ୍ଟାଇଲିସ ହୋଇଥିବା କୁହାଯାଉଛି । ଆକ୍ଟିଭା ୬ ଜିରେ ମଧ୍ୟ ବିଏସ ୬ ଇଞ୍ଜିନ ବ୍ୟବହାର କରାଯିବ । ସେହିଭଳି ଏହା ଅଧିକ ମାଇଲେଜ ମଧ୍ୟ ଦେଖାଇବ । ଏଥିରେ ଡିସ୍କ ବ୍ରେକର ବ୍ୟବହାର କରାଯାଇପାରେ । ସେହିଭଳି ମିଟରକୁ ଅଧିକ ଡିଜିଟାଲ ଟେକନୋଲୋଜି ବ୍ୟବହାର କରାଯିବା ସହିତ ଯୁବପିଢିଙ୍କୁ କିଭଳି ଅଧିକ ଆକୃଷ୍ଟ କରାଯାଇପାରିବ ସେ ଉପରେ ବିଷେଶ ଧ୍ୟାନ ଦିଆଯାଇଛି । ଏଥିରେ ଆଡଭାନସ ଜିଜିଟାଲ ଇନସିଟ୍ୟୁମେଣ୍ଟ କ୍ଲଷ୍ଟର, ସ୍ମାର୍ଟଫୋନ କନେକଟିଭିଟି କଲ ଆଲର୍ଟ ସିଷ୍ଟମ ଭଳି ଅତ୍ୟାଧୁନିକ ଫିଚର୍ସ ଦେଖିବାକୁ ମିଳିବ । ଆକ୍ଟିଭା ୫ ଜି ଠାରୁ ଏହା ୭ ହଜାର ଟଙ୍କା ମହଙ୍ଗା ହୋଇପାରେ ।