ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମହିଳା ମାନଙ୍କ ଉପରେ ହେଉଥିବା ହିଂସା, ଅନ୍ୟାୟ ଓ ଅତ୍ୟାଚାରକୁ ରୋକିବା ପାଇଁ ୨୪୬ ଜଣ ସ୍ୱତନ୍ତ୍ର ପୋଲିସ ଅଫିସର ନୁଯୁକ୍ତି କରାଯାଇଛି । କମିଶନରେଟ ପୋଲିସ ମହିଳା ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସବୁ ବେଳେ କିଛି ନା କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଜି କମିଶନରେ ପୋଲିସ ମହିଳାଙ୍କ ସୁରକ୍ଷା ପାଇଁ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳା ମାନଙ୍କ ସୁରକ୍ଷା ପାଇଁ ୨୪୬ ଜଣ ଏସପିଓଙ୍କୁ ନିଯୁକ୍ତି ଦିଆଯାଇଛି । ଜଣେ ସାଧାରଣତଃ ପୋଲିସର ଯେତିକି କ୍ଷମତା ରହିଛି ଏହି ୨୪୬ ଏସପିଓ ମାନଙ୍କର ମଧ୍ୟ ସମାନ କ୍ଷମତା ଦିଆଯାଇଛି ।
ରାଜ୍ୟରେ ବଢୁଥିବା ମହିଳା ମାନଙ୍କ ହିଂସାକୁ ନେଇ କମିଶନରେଟ ପୋଲିସ ଏଭଳି ନିଷ୍ପତି ନେଇଛନ୍ତି ବୋଲି କୁହାଯାଉଛି । ଏହି ମହିଳା ଅଫିସର ମାନଙ୍କୁ ୩ମାସ ସାମୟିକ ଭାବେ ନିଯୁକ୍ତି ଦିଆଯାଇଛି । ସଫଳତାର ସହ ଏହି ଯୋଜନା କାମ କଲେ ଆଗକୁ ରି-ନିୟୁ କରାଯିବ ବୋଲି ସୂଚନା ମିଳିଛି । ଏହି ମହିଳା ସ୍ୱତନ୍ତ୍ର ଅଫିସର ମାନେ ଘଟଣା ସ୍ଥଳରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାର କ୍ଷମତା ଦିଆଯାଇଛି । ଆଜି କମିଶନରେଟ ପୋଲିସର ୧୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜି ଅଭୟ, ପୋଲିସ କମିଶନରେଟ ସୁଧାଂଶୁ ଷଢଙ୍ଗୀ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂହ, ଟ୍ରାଫିକ ଡିସିପି ସାଗରିକା ନାଥ ପ୍ରକୁଖ ଉପସ୍ଥିତ ଥିଲେ ।