ଭୁବନେଶ୍ୱର(ଏଟିଆର ନ୍ୟୁଜ): ଦିନକୁ ଦନ ରାଜ୍ୟରେ ପକ୍ଷୀ ମାନଙ୍କ ସଂଖ୍ୟା କମିବାରେ ଲାଗିଛି । କେବଳ ପକ୍ଷୀ ନୁହେଁ ଅନ୍ୟ ବନ୍ୟ ଜନ୍ତୁ ମାନଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ଲୋପ ପାଇବାକୁ ଲାଗିଛି ।
ଏହି ସମସ୍ୟାକୁ ଆଖିରେ ରଖି ରାଜ୍ୟ ସରକାର ଆଜିଠୁ ରାଜ୍ୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପକ୍ଷୀ ସଂଖ୍ୟା ଆକଳନ ହେବା ସହିତ ଭବିଷ୍ୟତରେ ଅବାଧ ପକ୍ଷୀ ଶିକାରକୁ ମଧ୍ୟ ରୋକା ଯାଇ ପାରିବ ।
ଆଜିଠୁ ରାଜ୍ୟର ବିଭିନ୍ନ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟ ୪୦ଜଣ ବନ କର୍ମଚାରୀଙ୍କ ସହିତ ସାମ୍ବାଦିକଙ୍କ ସହିତ ପରିବେଶ ପ୍ରେମୀ ମାନଙ୍କୁ ନିୟୋଜିତ କରାଯାଇଛି । ଆଜି ସାତକେଶିଆ ବନ୍ୟ ପ୍ରାଣୀ ବନଖଣ୍ଡରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଛି ।
ପକ୍ଷୀ ଗଣନା ସହ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା ମଧ୍ୟ ଚାଲିବ । ଏଥିପାଇଁ ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହ ଯାଏଁ ପର୍ଯ୍ୟଟକ ମାନଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରହିବ ବୋଲି ବନ୍ୟ ବିଭାଗ କତ୍ତୃପକ୍ଷଙ୍କ ଠାରୁ ସୁଚନା ମିଳିଛି ।
ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଅଞ୍ଚଳରେ ପକ୍ଷୀ ଗଣନା କରାଯିବ ।