ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଚ୍ଛାଥିଲେ ଉପାୟ ଆପେଆପେ ଆସେ । ନିଶା ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଟ୍ୱିଟର ଆକାଉଣ୍ଟରେ । ଯେଉଁ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓରେ ମଡାରାମ କୱାସୀ ନାମକ ଜଣେ ଦିବ୍ୟାଙ୍ଗ ବାଳକ କିଭଳି କ୍ରିକେଟ ଖେଳିପାରେ ତାହା ଏଥିରେ ଦେଖିବାକୁ ମିଳିଛି । ଏହି ଭିଡିଓଟି ମାଓବାଦୀ ପ୍ରବଣ ଅଞ୍ଚଳ ଦନ୍ତେୱାଡା ଜିଲ୍ଲାର ବୋଲି ଜଣା ପଡିଛି ।
Start your 2020 with the inspirational video of this kid Madda Ram playing cricket 🏏 with his friends.
It warmed my heart and I am sure it will warm yours too. pic.twitter.com/Wgwh1kLegS— Sachin Tendulkar (@sachin_rt) January 1, 2020
ପିଲାଟି ସପ୍ତମ ଶ୍ରେଣୀରେ ପାଠ ପଢେ । ପିଲାଟିର ପିତା ଜଣେ ଚାଷୀ । ପିଲାଟି ଦିନରୁ ବିଲାଟିର ଗୋଡ ଅଚଳ । ମାତ୍ର ନିଜର ଇଚ୍ଛାଶକ୍ତି ବଳରେ ସେ ଆଜି ଅନ୍ୟ ସାଧାରଣ ପିଲାମାନଙ୍କ ସହିତ କ୍ରିକେଟ ଖେଳି ପାରୁଛନ୍ତି । ଭିଡିଓଟିରେ ସେ ଆଣ୍ଠେଇ ଆଣ୍ଠେଇ ରନ ନେଉଥିବାର ଦେଖିବାକୁ ମିଳିଛି ।