ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ବିଦ୍ୟୁତ ବିତରଣ କମ୍ପାନୀ ସେସୁକୁ ଟାଟା ପାୱାର ହାତରେ ଟେକିଦେବା ପରେ ବର୍ତ୍ତମାନ ଆଉ ତିନୋଟି ବିଦ୍ୟୁତ ବିତରଣ କମ୍ପାନୀ ନେସ୍କୋ, ୱେସ୍କୋ ଓ ସାଉଥକୋ କୁ ମଧ୍ୟ ଟାଟା ହାତକୁ ଟେକିଦେବା ପାଇଁ ଯୋଜନା କରୁଛନନ୍ତି ।
ପୂର୍ବରୁ ମଧ୍ୟ ବିଦ୍ୟୁତ ବିତରଣ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକର ଘରୋଇକରଣ କରିବା ପାଇଁ ନିଷ୍ପତି ନେଇଥିଲେ । ପୂର୍ବରୁ ରାଜ୍ୟ ସରକାର ଏହି ଦାୟିତ୍ୱକୁ ରିଲାଏନସ କମ୍ପାନୀ ହାତରେ ଦେଇଥିଲେ ମାତ୍ର ଏହି ଉଦ୍ୟମ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା ।
ରାଜ୍ୟ ସରକାରଙ୍କ ଉଦ୍ୟମ ବିଫଳ ହେବା ପରେ ନିଜେ ରାଜ୍ୟ ସରକାର ବିଦ୍ୟୁତ ବିତରଣ ସଂସ୍ଥାକୁ ପରିଚାଳନା କରିଥିଲେ । ମାତ୍ର ଏବେ ପୁଣି ଥରେ ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି ।
ଶକ୍ତି ମନ୍ତ୍ରୀଙ୍କ ସୁଚନା ଅନୁସାରେ ସେସୁ ଟାଟା ପାୱାର ହାତକୁ ଯିବାର ସମସ୍ତ ପକ୍ରିୟା ସରିଯାଇଛି ଏବଂ ଆସନ୍ତା ତିନି ମାସ ମଧ୍ୟରେ ଆଉ ବାକି ଥିବା ପକ୍ରିୟା ସାରି ଟାଟା ପାୱାର ସେସୁର ପରିଚାଳନା ଆରମ୍ଭ କରିବ । ସେହିପରି ଆସନ୍ତା ଆର୍ଥିକ ବର୍ଷଠାରୁ ବାକି ତିନୋଟି ଯାକ କମ୍ପାନୀର ଦାୟିତ୍ୱ ମଧ୍ୟ ସେସୁ ସମ୍ଭାଳିବ ।