ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଫିଲ୍ମ ଜଗତରେ କାଷ୍ଟିଂ କାଉଚ । ଏହି ଅଭିଯୋଗ ଉଠିବା ଯଦିଓ ନୂଆ କଥା ନୁହେଁ ତଥାପି ଜଣେ ଅଭିନେତ୍ରୀ ଏହାର ଏକ ନିଆରା ପ୍ରତିବାଦ କରିବା ଘଟଣା ଏବେ ସବୁଠି ହଇଚଇ ସୃଷ୍ଟି କରିଛି । ଅର୍ଦ୍ଧନଗ୍ନ ଅବସ୍ଥାରେ ଅଭିନେତ୍ରୀ ଜଣକ ଫିଲ୍ମ କାର୍ଯ୍ୟାଳୟ ସମ୍ମୁଖରେ ବସିବା ଘଟଣା ତ’ ପୂରା ଫିଲ୍ମ ଜଗତର କଳାକାରନାମାକୁ ପଦାରେ ପକାଇଛି । କେମିତି ନୂଆ କରି ଆସୁଥିବା ଅଭିନେତ୍ରୀଙ୍କୁ ଶୋଷଣ କରାଯାଉଛି ତାହା ଜଣାଇବାକୁ ଏମିତି ପଦକ୍ଷେପ ନେଇଛନ୍ତି ଅଭିନେତ୍ରୀ ଜଣଙ୍କ । ବିଶ୍ୱାସ ହେଉନଥିଲେ ବି କଥାଟା ଏକଦମ ସତ ।
ଏମିତି ଏକ ଘଟଣା ଏବେ ତେଲୁଗୁ ଚଳଚିତ୍ର ଦୁନିଆଁରେ ହଟଚମଟ ଖେଳାଇ ଦେଇଛି । ପୁଲିସ ଅଭିନେତ୍ରୀଙ୍କୁ ଗିରଫ କରିଥିôା ଜଣାପଡିଛି । ରିପୋର୍ଟ କହୁଛି, ଶ୍ରୀ ରେଡ୍ଡୀ ନାମ୍ନୀ ଏହି ଅଭିନେତ୍ରୀ ଶନିବାର ସକାଳେ ତେଲୁଗୁ ଫିଲ୍ମ କାର୍ଯ୍ୟାଳୟ ସମ୍ମୁଖରେ ନିଜର ଅର୍ଦ୍ଧ ଉଲଗ୍ନ ଶରୀର ପ୍ରଦର୍ଶନ କରିଥିଲେ । ଚଳଚିତ୍ରରେ ସୁଯୋଗ ପାଇବାକୁ ହେଲେ ଏମିତି ଫଟୋ ଓ ଭିଡ଼ିଓ ପଠାଇବାକୁ ତାଙ୍କୁ ଏକାଧିକ ନିର୍ମାତା ନିର୍ଦ୍ଦେଶକ ଅନୁରୋଧ କରୁଛନ୍ତି ବୋଲି ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଶାଢ଼ୀ ପିନ୍ଧି ଆସିଥିବା ଅଭିନେତ୍ରୀ ତେଣୁ ଶାଢ଼ୀଙ୍କୁ ଅଣ୍ଟା ପର୍ଯ୍ୟନ୍ତ ଖସାଇ ଏହି ନିଆରା ପ୍ରତିବାଦ କରିଥିଲେ ।