ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟସରକାର କଲେଜ ମାନଙ୍କରେ କିଭଳି ଛାତ୍ରଛାତ୍ରୀ ମାନେ ଭଲ ଭାବରେ ପାଠ ପଢିବେ ସେଥିପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କର ଆଣିବାକୁ ଉଚ୍ଚ ଶିକ୍ଷା ବିଭାଗ ସବୁ ବେଳେ ଚେଷ୍ଟା କରିଥାଏ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକ ଉଚ୍ଚଶିକ୍ଷା ବିଭାଗ ଏକ ବଡ ନିଷ୍ପତି ନେଇଛନ୍ତି । ଏଣିକି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କଲେଜ ଗୁଡିକରେ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଗ୍ରାମ ମାଧ୍ୟମରେ ଶିକ୍ଷାଦାନ କରାଯିବ । ଏନେଇ ଆଜି ଏକ ଘରୋଇ ବିଶ୍ୱ ବିଦ୍ୟାଳୟ ପରିସରରେ ହେଉଥିବା କପାସିଟି ବିଲ୍ଡିଂ ୱାର୍କସପରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ନେଇଛନ୍ତି । କ୍ଲାସରେ ଦିଆଯାଉଥିବା ଲେକଚରକୁ ରେକର୍ଡ କରାଯାଇ ଅନଲାଇନରେ ଅପଲୋଡ କରାଯିବ । ଫଳରେ ଛାତ୍ରଛାତ୍ରୀ ମାନେ ପରେ ଏଥିମଧ୍ୟରୁ ଶିକ୍ଷା ଗ୍ରହଣ କରିପାରିବେ ।
ସୂଚନା ଅନୁସାରେ କଲେଜ ଗୁଡିକରେ ଥିବା ୬୦୬ ଅଧ୍ୟାପକ ପଦବୀକୁ ଖୁବ ଶୀଘ୍ର ପୂରଣ କରାଯିବ । ଏହା ସହ ଭିଡିଓ କନଫରେନସିିଂ ମାଧ୍ୟରେ କିପରି ଡାଉଟ୍ କ୍ଲିୟରିଂ କ୍ଲାସ କରାଯିବ ସେ ନେଇ ଆଲୋଚନା କରାଯାଇଛି । କେବଳ ସେତିକି ନୁହେଁ ଉଚ୍ଚଶିକ୍ଷା ବୀଭାଗ ଏହାର ସମ୍ପୂର୍ଣ୍ଣ ୱେସାଇଟକୁ ନବୀକରଣ କରିବ । ଏଥିପାଇଁ ତିନି ମାସର ସମୟ ସୀମା ନିର୍ଦ୍ଧେିଷ୍ଟ କରାଯାଇଛି । ଏହି ଆଲେଚନାରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁ, ବରିଷ୍ଠ ଶିକ୍ଷାବିତ ସସ୍ମିତ ପାଣି ଓ ବହୁ ବରିଷ୍ଠ ଅଧ୍ୟାପକ ଯୋଗ ଦେଇଥିଲେ ।