ଗୌହାଟି(ଏଟିଆର ବ୍ୟୁରୋ): ଟିମ ଇଣ୍ଡିଆ ୨୦୨୦ର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଆସନ୍ତାକାଲି ଖେଳିବ । ଶ୍ରୀଲଙ୍କା ବିପକ୍ଷ ୩ଟିକିଆ ଟି-୨୦ ସିରିଜରୁ ଭାରତର ୨୦୨୦ ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ କରିବ । ଆସନ୍ତାକାଲି ଗୌହାଟିର ବରସାପରା କ୍ରିକେଟ ଷ୍ଟାଡିୟମରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଉଭୟ ଟି-୨୦ ଓ ଦିନିକିଆ ଶୃଙ୍ଖଳା ଜିତିବା ପରେ ଭରତୀୟ ଦଳ କିଛି ଦିନ ପାଇଁ ବିରତି ନେଇଥିଲା ।
ଆସନ୍ତାକାଲି ହୋବାକୁଥିବା ମ୍ୟାଚରେ ସଭିଙ୍କ ନଜର ଭାରତର ଦୁଇ ଖେଳାଳି ଶିଖର ଧାୱନ ଓ ଯଶପ୍ରୀତ ବୁମୁରାଙ୍କ ଉପରେ ରହିବ । କାରଣ ଏହି ଦୁଇ ଖେଳାଳି ଆଘାତ ହୋଇ କିଛି ଦିନ ବିଶ୍ରାମ ନେଇଥିଲେ । ତେବେ ନିକଟରେ ଧାୱାନ ରଣଜୀ ଟ୍ରଫିରେ ଶତକ ଅର୍ଜନ କରି ନିଜର ଫିଟନେଶ ସାବ୍ୟସ୍ତ କରିଛନ୍ତି । ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ଧାୱନଙ୍କୁ ଓପନର ଭାବେ ଦାୟିତ୍ୱ ଦିଆଯାଇଛି ।
ଆସନ୍ତାକାଲି ହେବାକୁଥିବା ମ୍ୟାଚରେ ଧାୱନ ଓ କେଲଏ ରାହୁଲ ଓପନର ଭାବେ ବ୍ୟାଟିଂ କରିବେ । ସେହିପରି ଯଶପ୍ରୀତ ବୁମରା ଗତ ବର୍ଷ ଜୁଲାଇରେ ଇଣ୍ଡିଜ ଗସ୍ତରେ ଆହତ ହୋଇଥିଲେ । ଦଳକୁ ଫେରିବା ପରେ ବୁମରାଙ୍କ ଏହା ହେଉଛି ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ମ୍ୟାଚ ।