ଅହମଦାବାଦ(ଏଟିଆର ବ୍ୟୁରୋ): ଭାରତରେ ଲୋକ ଧର୍ମ ଭେଦଭାବଠୁ ଅଧିକ ଜାତି ଭେଦଭାବ କରିଥାନ୍ତି । ଏପରି ସ୍ଥିତିରେ ଜଣେ ବାଚସ୍ପତିଙ୍କର ଏଭଳି ମନ୍ତବ୍ୟ ନିହାତି ଭାବରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ସମ୍ବିଧାନର ପ୍ରଣେତା ଭାବରେ ବି.ଆର ଆମ୍ବେଦକରଙ୍କୁ ଶ୍ରେୟ ଦିଆଯାଉଥିଲା ବେଳେ ଗୁଜୁରାଟର ବାଚସ୍ପତି ରାଜେନ୍ଦ୍ର ତ୍ରୀବେଦି ଏକ ବ୍ରାହ୍ମଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ସମ୍ବିଧାନ ଜଣେ ବ୍ରାହ୍ମଣଙ୍କ ଦ୍ୱାରା ହିଁ ପ୍ରସ୍ତୁତ ହୋଇଥିଲା ।
ବ୍ରାହ୍ମିନ ବିଜନେଓ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଉଦଘାଟନ ଅବସରରେ ଯୋଗ ଦେଇ ବାଚସ୍ପତି ରାଜେନ୍ଦ୍ର ତ୍ରୀବେଦି ଏଭଳି ବିବାଦୀୟ ମନ୍ତବ୍ୟ ରଖିଛନ୍ତି । ତାଙ୍କ କହିବା ଅନୁସାରେ ସମ୍ବିଧାନର ପ୍ରଥମ ଚିଠା ବିଏମ ରାଉଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଯିଏକି ଜାତିରେ ଜଣେ ବ୍ରାହ୍ମଣ ଥିଲେ ଆଉ ମଧ୍ୟ ସେ କହିଛନ୍ତି ଯେ ଆମ୍ବେଦକର ନିଜେ ମଧ୍ୟ ବିଏମ ରାଉଙ୍କୁ ଶ୍ରେୟ ଦେଇଥିଲେ ।
ଖାଲି ସମ୍ବିଧାନ ପ୍ରଣୟନ କ୍ଷେତ୍ରରେ ନୁହେଁ ନୋବେଲ ବିଜୟୀ ହୋଇଥିବା ୯ଜଣ ଭାରତୀୟଙ୍କ ମଧ୍ୟରେ ୮ଜଣ ବ୍ରାହ୍ମଣ ବୋଲି ବାଚସ୍ପତି ମତ ଦେଇଛନ୍ତି ।