ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ୟା ର ଲାମୁ କାଉଣ୍ଟରେ ଆମେରିକା ସଂଯୁକ୍ତ ସେନା କ୍ୟାମ୍ପରେ ଆତଙ୍କି ସଂଗଠନ ଅଲ-ଶବାବ ହମଲା କରିଛି । ଏହି ସେନା କ୍ୟାମ୍ପକୁ ସଂଯୁକ୍ତ ରାଜ୍ୟ ଆମେରିକା ଏବଂ କେନ୍ୟା ସେନା ପ୍ରୟୋଗ କରିଥାନ୍ତି । ଏହି ହମଲାର ଦାୟି ନିଜେ ଅଲ-ଶବାବ ସ୍ୱୀକାର କରିଛି ।
ଏନେଇ ଲାମୁ ର ଆୟୁକ୍ତ ଇରୁଙ୍ଗ ମଚାରିୟା କହିଛନ୍ତି, ସେନା କ୍ୟାମ୍ପ ଉପରେ ଏକ ଆକ୍ରମଣ ହୋଇଥିଲା, କିନ୍ତୁ ଆକ୍ରମଣକାରୀଙ୍କୁ ଆମେ ଭଗେଇ ଦେଇଥିଲୁ । ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ଅଲ-କାୟଦା ସହ ଜଡିତ ଏହି ଆତଙ୍କି ସମୁହ ଦ୍ୱାରା କରାଯାଇଥିବା ଆକ୍ରମଣରେ କେହି ଆହତ ହୋଇଛନ୍ତି କି ନାହିଁ ।
ସେପଟେ ଆତଙ୍କି ସମୁହ ପକ୍ଷରୁ ଏକ ବୟାନରେ କୁହାଯାଇଛି କି, ମୁଜାହିଦିନର ଫାଇଟର୍ସ, ଶତୃଙ୍କ ସୀମା (ସେନା କ୍ୟାମ୍ପ) ରେ ପ୍ରବେଶ କରି ସଫଳତାପୂର୍ବକ ସେନା ଆଡାକୁ ଧ୍ୱଂସ କରିଛି । ଆହୁରି ମଧ୍ୟ କୁହାଯାଇଛି କି, ଏହି ଆକ୍ରମଣରେ ଆମେରିକା ଏବଂ କେନ୍ୟାର ସେନାମାନେ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।