କଟକ(ଏଟିଆର ବ୍ୟୁରୋ): କଟକ ପୁରୀ ଘାଟ ଥାନ ଅଧିନରେ ଥିବା ତେଲେଙ୍ଗା ବଜାରରେ ଏକ ସପ୍ଲାୟର୍ସ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ରଘୁନାଥ ସପ୍ଲାୟର୍ସ ନାମକ ଏକ ଦୋକାନରେ ଆଜି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪୦ ରୁ ୫୦ ଲକ୍ଷ ଟଙ୍କାର ଇଲୋକ୍ଟ୍ରୋନିକ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାର ସୂଚନା ଦୋକାନର ମାଲିକ ବସନ୍ତ କୁମାର ଦାସ ଦେଇଛନ୍ତି ।
ତେବେ ଦୋକାନଟି ବନ୍ଦ ଥିବା ବେଳେ ଏଥିରୁ ଧୂଆଁ ବାହାରିଥିବାର ଦେଖିବାକୁ ମିଳିଥିଲା । ଏହି ଧୂଆଁକୁ ଦେଖି ସ୍ଥାନୀୟ ଲୋକ ସିଡିସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ୨ଟି ଦମକଳ ବାହୀନି ପଅଞ୍ଚି ଥିଲେ । ଦୀର୍ଘ ଘଣ୍ଟାର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନାହାନ୍ତି । ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି ।