ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନ ହେବା ପୂର୍ବରୁ ଗୃହମନ୍ତ୍ରୀ ଅମିତ୍ ଶାହା ଏକ ବଡ ଘୋଷଣା କରିଛନ୍ତି । ଅମିତ୍ ଶାହା କହିଛନ୍ତି , ଦିଲ୍ଲୀର ଝୁମ୍ପୁଡିରେ ରହୁଥିବା ଲୋକଙ୍କୁ ମୁଁ କହିବାକୁ ଚାହୁଁଛି କି ଆପଣମାନେ ବିଲକୁଲ୍ ଚିନ୍ତା କରନ୍ତୁ ନାହିଁ, କାରଣ ଯେଉଁଠି ଝୁମ୍ପୁଡି ବସ୍ତି ରହିଛି ସେଠାରେ ଘର ତିଆରି କରି ଦେବାର କାମ ମୋଦି ସରକାର କରିବେ ।
ସେ ଆହୁରି ମଧ୍ୟ କହିଛନ୍ତି କି, ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଯାଇଛି । ୨୦ ହଜାର ଝୁମ୍ପୁଡି ଘର ବାସିନ୍ଦାଙ୍କୁ ଘର ଦେବାର ଆରମ୍ଭ ହୋଇଗଲାଣି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେବଳ ଦିଲ୍ଲୀର ଜନତାଙ୍କ ଆଖିରେ ଧୂଳି ଦେଇଛନ୍ତି, ସେ ପାଞ୍ଚ ବର୍ଷ ହେବ ଦିଲ୍ଲୀ ପାଇଁ କିଛି କରି ନାହାନ୍ତି ।
ଏହାସହିତ କେଜ୍ରିୱାଲ ଏବଂ ରାହୁଲ ଗାନ୍ଧୀଙ୍କ ତୁଳନା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ସହିତ କରିଛନ୍ତି ଶାହା । ସେ କହିଛନ୍ତି କି ପାକ୍ ର ପ୍ରଧାନମନ୍ତ୍ରୀ ଭଳି କେଜ୍ରିୱାଲ ଏବଂ ରାହୁଲ ଗାନ୍ଧୀ ବି କାମ ପ୍ରମାଣ ମାଗନ୍ତି ।