ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଏନେଇ ଆଜି ସୂଚନା ଦେଇଛନ୍ତି ଦିଲ୍ଲୀ ନିର୍ବାଚନ କମିଶନର ସୁନୀଲ ଆରୋରା । ଫେବୃଆରୀ ୮ ତାରିଖ ଦିନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହିଭଳି ଫେବୃଆରୀ ୧୧ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ୭୦ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ପାଇଁ ଆଜିଠାରୁ କୋଡଅଫ କଣ୍ଡକ୍ଟ ଲାଗୁ ହୋଇଛି ।
ଜାନୁଆରି ୨୧ ତାରିଖରେ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ସୂଚନାଯୋଗ୍ୟ ହେବାକୁ ଥିବା ଏହି ନିର୍ବାଚନରେ ୧୪୬୯୨ ୧୩୬ କୋଟି ଲୋକ ସେମାନଙ୍କ ବହୁମୂଲ୍ୟ ମତ ଦେବେ । ନିର୍ବାଚନ ପରିଚାଳନା ପାଇଁ ୯୦ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେପଟେ ନିର୍ବାଚନ ହେବା ପୂର୍ବରୁ ଗୃହମନ୍ତ୍ରୀ ଅମିତ୍ ଶାହା ଏକ ବଡ ଘୋଷଣା କରିଛନ୍ତି । ଅମିତ୍ ଶାହା କହିଛନ୍ତି , ଦିଲ୍ଲୀର ଝୁମ୍ପୁଡିରେ ରହୁଥିବା ଲୋକଙ୍କୁ ମୁଁ କହିବାକୁ ଚାହୁଁଛି କି ଆପଣମାନେ ବିଲକୁଲ୍ ଚିନ୍ତା କରନ୍ତୁ ନାହିଁ, କାରଣ ଯେଉଁଠି ଝୁମ୍ପୁଡି ବସ୍ତି ରହିଛି ସେଠାରେ ଘର ତିଆରି କରି ଦେବାର କାମ ମୋଦି ସରକାର କରିବେ ।