(ରିପୋର୍ଟ: ସୀତାଞ୍ଜଳି ଜେନା)
ଭୁବନେଶ୍ୱର: ହିନ୍ଦି ସିନେମାରେ ଦେବଦାସ ଏବଂ ପାରୋଙ୍କ ଯୋଡି ଆପଣମାନେ ଦେଖିଥିବେ । କିନ୍ତୁ ଏହି ଫିଲ୍ମ ଏବେ ଓଡିଆ ଭାଷାରେ ହେବାକୁ ଯାଉଛି । କ୍ଲାସିକାଲ ପ୍ରେମ କାହାଣୀ ଉପରେ ଆଧାରିତ ‘ନାୟକର ନାଁ ଦେବଦାସ’ ଫିଲ୍ମର ଶୁଭାରମ୍ଭ ହୋଇସାରିଛି ।
ଅଞ୍ଜନେୟ ମିଡିଆ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଦେବଦାସ ଏବଂ ପାରୋ ଭୂମିକାରେ ନଜର ଆସିବେ ଓଲିଉଡ ଡିଭା ଅନୁ ଚୌଧୁରୀ ଏବଂ ଅଶୀତ ପାତ୍ର । ତାଙ୍କ ବ୍ୟତୀତ ଏହି ଫିଲ୍ମରେ ବିଜୟ ମହାନ୍ତି, ବବି ମିଶ୍ର, ପିଟୁଁ ନନ୍ଦ, ସ୍ମିତା ମହାନ୍ତି, ଭୂମୀକା ଦାଶ ଅଭିନୟ କରୁଥିବା ଦେଖିବାକୁ ମିଳିବ ।
ଏହି ପିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ । ଆଶା ତାଙ୍କ ଗୀତ ଦର୍ଶକଙ୍କ ମନଛୁଇଁବ ବୋଲି ଚର୍ଚ୍ଚା ହେଉଛି ।
ଫିଲ୍ମଟି ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରଯୋଜକ ଶିଶିର ଚନ୍ଦ୍ର ଦାଶ, ପ୍ରଭାତ କୁମାର ପ୍ରଧାନ ଓ କିର୍ତ୍ତନ ଚନ୍ଦ୍ର ପାତ୍ର ଏବଂ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ।
ଏହି ଫିଲ୍ମଟି ପୂର୍ବରୁ ୮ଟି ଭାଷାରେ ତିଆରି ହୋଇଥିବା ବେଳେ ଓଡିଆ ଭାଷାରେ ଏହା ନବମ ତମ ଚଳଚ୍ଚିତ୍ର ଭାବେ ପରଦାରେ ଦେଖିବାକୁ ମିଳିବ । ବାଙ୍ଗଳାଦେଶ ଓ ପାକିସ୍ତାନରେ ମଧ୍ୟ ଏହି ଚଳଚ୍ଚିତ୍ର ତିଆରି ହୋଇଥିବା ଜଣାପଡିଛି । କ୍ଲାସିକାଲ ଏପିକ୍ ଯାହା ଏକ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଅନୁ ଓ ଅଶୀତଙ୍କ ଲଭ କେମେଷ୍ଟ୍ର ଏଥିରେ ଦେଖିବାକୁ ପାଇବେ ଦର୍ଶକ ।