ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଅନଲାଇନ ଯୋଗେ ସ୍ଥାନାନ୍ତର ହେବ ବିଧାନସଭାର ଫାଇଲ । ଏନେଇ ଆଜି ବାଚସ୍ପତିଙ୍କ ରିଭ୍ୟୁ ମିଟିଙ୍ଗ ରାଜ୍ୟ ବିଧାନସଭାରେ ଅନୁଷ୍ଠିତ ହୋଇଛି । ନେଭା ଏବଂ ଓଡିଶା ଷ୍ଟେଟ ୱାଇଡ ନେଟୱାର୍କର କର୍ମକର୍ତ୍ତାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଛି । ଏହି ବୈଠକରେ ଆଗାମୀ ୨୦ ଦିନ ମଧ୍ୟରେ ପୁରା ବିଧାନସଭାକୁ ୱାଇ- ଫାଇ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ବିଧାନସଭାର ସମସ୍ତ ଫାଇଲ ଏବେ ଅନଲାଇନ ଯୋଗେ ମୁଭମେଣ୍ଟ କରାଯିବ । ଏହି ବୈଠକରେ ୩୦ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ଏବଂ ବିଧାନସଭାରେ ନିର୍ମିତ ନୂତନ ହଲକୁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତୀ ଲଗାଯିବ ନିଷ୍ପତ୍ତି କରାଯାଇଛି ।
ବାଚସ୍ପତ୍ତି ସୂର୍ଯ୍ୟ ନାରାୟଣପାତ୍ର ୱାର୍କସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ୱାର୍କସ ବିଭାଗର ଅଧିକାରୀଙ୍କ ସହ ପୁରୀ ନୋଳିଆ ସାହି ଆଖପାଖ ଅଞ୍ଚଳରେ ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ କୋଠାର ଅବସ୍ଥିତିକୁ ନେଇ ଆଲୋଚନା ହୋଇଛି । ଏହି କୋଠାଟି ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ସମୟରେ ନିର୍ମିତ ହୋଇଥିଲା । ତେବେ ଏହି କୋଠାର ଅବସ୍ଥା କିପରି ରହିଛି ଏହାର ରକ୍ଷଣ ବେକ୍ଷଣ କାହା ତତ୍ୱବୋଧନରେ ହେଉଛି ତାହାର କୌଣସି ତଥ୍ୟ ନଥିବା ଜଣାପଡିଛି । ତେବେ ଏହି କୋଠା ପାଇଁ ଆବଶ୍ୟକୀୟ ମରାମତି କରାଯାଇ ଗେଷ୍ଟ ହାଉଓ ନିର୍ମାଣ କରିବାକୁ ବାଚସ୍ପତି କହିଛନ୍ତି ।