ରାଉରକେଲା (ଏଟିଆର ବ୍ୟୁରୋ): ରାଉରକେଲା ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ । ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଥିବା ପୂଜା ସ୍ପଞ୍ଜ ଆଇରନ କାରଖାନାରେ ବିଶାକ୍ତ ଗ୍ୟାସ ଲିକ୍ ହୋଇ ଚାଲିଗଲା ୨ଜଣ ଜୀବନ । ସୂଚନାନୁସାରେ, ଗତକାଲି ରାତିରେ ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଶ୍ରମିକମାନେ କାମ କରୁଥିବା ବେଳେ ବିଶାକ୍ତ ଗ୍ୟାସ ଲିକ୍ ହୋଇଥିଲା । ବିଶାକ୍ତ ଗ୍ୟାସ ଲିକ୍ ହେବା ଫଳରେ ୨ଶ୍ରମିକ ଅଣନିଶ୍ୱାସୀ ହୋଇପଡିଥିଲେ ।
କାରଖାନାର ଫରନେସ ସଫା କଲାବେଳେ ଅଣନିଶ୍ୱାସୀ ହୋଇ ସଂଜ୍ଞାହୀନ ହୋଇପଡିବାରୁ ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦୁଇ ଶ୍ରମିକଙ୍କର ନା’ ଅଜୟ ସାମଦ ଓ ପଙ୍କଜ କେରକେଟା । ଅଜୟଙ୍କର ଘର ଝାରଖଣ୍ଡରେ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆରେ ପଙ୍କଜଙ୍କର ଘର ବୋଲି ଜଣାପଡିଛି । ତେବେ ଆରଜିଏଚ ଶବଗୃହରେ ଦୁଇ ଶ୍ରମିକଙ୍କର ମୃତ ଦେହ ରଖାଯାଇଛି । ଅନ୍ୟପଟେ କାରଖାନା ପରିସରରେ ସ୍ଥାନୀୟ ଲୋକ ଶ୍ରମିକମାନଙ୍କର ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତେଜନାକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ କାରଖାନା ପରିସରରେ ବ୍ୟପକ ପୋଲିସ ଫୋସ୍ ମୁତୟନ କରାଯାଇଛି ।