ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ବାଣିଜ୍ୟ ମେଳା । ଓଡିଶା ଏମଏସଏମଇ ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର-୨୦୨୦ କାଲିଠୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ୟୁନିଟ-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ଦ୍ୱାରା ଏହା ଆୟୋଜିତ କରାଯିବ । ଚଳିତ ବର୍ଷ ଏହି ମେଳାର ଥିମ ଫୋକସ ଏମଏସଏମଇ ୨୦୨୦ ରହିବ । ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ, ଶିଳ୍ପ ନିକେର୍ଦ୍ଦଶାଳୟ, ପ୍ରସାର ଓ ବିପଣନ ନିର୍ଦ୍ଦେଶାଳୟ ଏହି ମେଳାର ଅୟୋଜନରେ ସଯୋଗ କରିବେ । ଆସନ୍ତାକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିବେ । ଏହି ମେଳାରେ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ, କ୍ରେତା-ବିକ୍ରେତା ସମ୍ମିଳନୀ, ଷ୍ଟାର୍ଟଅପ, ବିଭିନ୍ନ ପ୍ରକାରର ସେମିନାର, ଇରାନ୍ ଓ ବାଲାଂଦେଶରୁ ଆସିଥିବା ପ୍ରତିନିଧିଙ୍କ ସହ ବିଜନେସ୍ ନେଟୱାର୍କିଂ ଉପରେ ଗୁରୁତ୍ୱ ଦିଆଯିବ ।
ଏହି ମେଳାରେ ରାଜ୍ୟର ଏମଏସଏମଇ ଗୁଡିକ ନିଜର ଉତ୍ପାଦକ ପ୍ରଦର୍ଶନ କରିବେ । ୪ ବିଭାଗରେ ୭୦ ଲେଖାଁଲ ମୋଟ ୨୮୦ ଟି ଷ୍ଟଲ ଖୋଲିବ । ଏହାବ୍ୟତୀତ ୩୨ଟି ଷ୍ଟଲରେ ଆଗାମୀ ପିଢିର ଉଦ୍ୟୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଟେକ୍ନୋଲୋଜି ଡେମୋନଷ୍ଟ୍ରେଶନ କରାଯିବ । କେନ୍ଦ୍ରର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ସଂସ୍ଥାଗୁଡିକୁ ୨୮ଟି ଷ୍ଟଲ ପ୍ରଦାନ କରାଯିବ । ସେହିଭଳି ୧୫ଟି ଷ୍ଟଲ ମାନଙ୍କରେ ଫୁଡକୋର୍ଟର ପାଇଁ ଦିଆଯାଇଛି । ଏହା ସହ ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।