ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ଦେଶ ବ୍ୟାପି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିବାକୁ ଥିବାରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ କରାଯିବା ସହ ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖାଯିବ ।
ବିଭିନ୍ନ ଛକରେ ପୋଲିସ ଫୋର୍ସକୁ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସକୁ ମଧ୍ୟ ନିୟୋଜିତ କରାଯିବ । ଆନ୍ଦୋଳନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜେ ରଖାଯିବ ସହ ରେଳ ଓ ବସ ଚଳାଚଳ ସ୍ୱଭାବିକ ରଖିବା ଉପରେ ଗୁରୁତ୍ୱ ଦିଆଯିବ । ସଚିବାଳୟ ଓ ସ୍କୁଲରେ ଗୁଡିକରେ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ।