ଇନ୍ଦୋର (ଏଟିଆର ବ୍ୟୁରୋ): ଆଜି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ଦ୍ୱିତୀୟ ଟି- ୨୦ ମ୍ୟାଚ ଖେଳାଯିବ । ଏହି ଷ୍ଟାଡିୟମରେ ଭାରତ କେବେ ହେଲେ ପରାଜୟର ସମନ୍ନା କରିନାହିଁ । ଅନ୍ୟପଟେ ଗୌହାଟିରେ ଖେଳାଯାଇଥିବା ପ୍ରଥମ ମ୍ୟାଚଟି ବର୍ଷା ଯୋଗୁଁ ଧୋଇ ହୋଇ ଯିବାରୁ ଏହି ମ୍ୟାଚଟି ଉଭୟ ଦଳଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ନୂଆବର୍ଷରେ ଶ୍ରୀଲଙ୍କା ଘରୋଇ ଦଳ ଭାରତକୁ ହରାଇ ବିଜୟ ଅଭିଜାନ ଆରମ୍ଭ କରିବାକୁ ଚାହିଁବ ।
ଇନ୍ଦୋରର ହୋଲକର ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୨୭୦୦୦ ରହିଛି । ଏହି ଷ୍ଟାଡିୟମରେ ଦୁଇଟି ଟେଷ୍ଟ, ଗୋଟିଏ ଟି-୨୦ ମୁକାବିଲା ଓ ୫ଟି ଦିନିକିଆ ମ୍ୟାଚ ଆୟୋଜିତ ହୋଇଛି । ମଙ୍ଗଳବାର ଦିନ ହୋଲକର ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ମ୍ୟାଚ ହେବ । ଏହି ମୁକାବିଲା ଖେଳିବା ପାଇଁ ଉଭୟ ଦଳ ସୋମବାର ସନ୍ଧ୍ୟାରେ ଗୌହାଟୀରୁ ଇନ୍ଦୋରରେ ଆସି ପହଞ୍ଚିଛନ୍ତି । ଏହି ମ୍ୟାଚରେ ବୋଲର ଯଶପ୍ରୀତ ବୁମରା ଓ ଶିଖର ଧାୱନଙ୍କ ଉପରେ ସଭିଙ୍କ ନଜର ରହିବ ।