ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୨୦୧୨ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ୨୩ ବର୍ଷୀୟ ନିର୍ଭୟାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ସାରା ଦେଶର ଲୋକ ମାନେ ବିରୋଧ ପ୍ରର୍ଦଶନ କରିବା ସହ ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ତେବେ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାଯାଇ କୋର୍ଟ ଚାଳାଣ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ନବାଳକ ଥିବାରୁ ତାଙ୍କୁ ବାଳ ସୁଧାର ଗୃହରେ ରଖାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫାଶୀ ଦଣ୍ଡ ଭୟରେ ଆତ୍ମହତ୍ୟା କରିଥିଲେ ।
ତେବେ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୀର୍ଘ ୭ବର୍ଷ ଧରି କୋର୍ଟରେ ମାମଲା ଚାଳିଥିଲା । ଆଜି ପଟିଆଲା ହାଉସ କୋର୍ଟ ଦୋଷୀଙ୍କ ଫାଶୀ ଦଣ୍ଡକୁ କାଏମ ରଖି ଡେଥ୍ ୱାରେଣ୍ଟ ଜାରି କରିଛି । ଜାନୁଆରୀ ୨୨ ତାରିଖ ସକାଳ ୭ଟା ବେଳେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯିବ । ନିର୍ଭୟା ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦେବା ପାଇଁ ପୀଡିତାଙ୍କ ମା ଯାଚିକା ଆବେଦନ କରିଥିଲେ । ତେବେ ୪ ଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ । ଫାଶୀ ପାଇବାକୁ ଥିବା ଦୋଷୀ ମାନେ ହେଲେ ପବନକୁମାର ଗୁପ୍ତା, ମୁକେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟ କୁମାର ।