ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଆସନ୍ତା ୧୦ ତାରିଖ ଠାରୁ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇପାରେ । ଏମିତି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୦ ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ଅନୁମାନ କରାଯାଉଛି । ଆଜି ଠାରୁ ପାଗ କୋହଲା ରହିବା ଅଶଙ୍କା କରାଯାଉଛି । ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ବରଗଡ, ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ଭଲପୁର, ଅନୁଗୁଳରେ ବର୍ଷା ହୋଇପାରେ ।
ଅନ୍ୟପଟେ ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା, ବରଗଡ ଓ ସମ୍ଭଲପୁର ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ତେବେ ବର୍ଷା ହେଲେ ତାପମାତ୍ରା ଆହୁରି ୩ ରୁ ୫ ଡିଗ୍ରୀ କମିଯିବ ବୋଲି ଅନୁମାନ କରାଯାଉଛି । ଫଳରେ ପାଗ କୋହଲା ରହିବା ସହିତ ପାଗ ଥଣ୍ଡା ରହିବ ।