ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବଶୀଘ୍ର ଜାମ୍ମୁକାଶ୍ମୀର ବାସୀ ଇଣ୍ଟରନେଟ ବ୍ୟବହାର କରିବେ । ଏନେଇ ଆଜି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜାମ୍ମୁକାଶ୍ମୀରରେ ଇଣ୍ଟନେଟ ବ୍ୟବହାର ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରାଯିବ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଇଣ୍ଟରନେଟ ବ୍ୟବହାର ମୌଳିକ ଅଧିକାର ଭୁକ୍ତ ତେଣୁ ସାତ ଦିନ ମଧ୍ୟରେ ଏହି କଟକଣା ସମେତ ଅନ୍ୟ କଟକଣା ଉପରେ କେନ୍ଦ୍ର ସରକାର ସମୀକ୍ଷା କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏହାକୁ କିଛି ନିଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖାଯାଇପାରେ ।
ଧାରା ୩୭୦ ବେଳେ ଏହି ରୋକ ଲଗାଯାଇଥିଲା । ଯେଉଁ ଉଦ୍ଦେଶ୍ୟ ନେଇ ରୋକ ଲଗାଯାଇଥିଲା ତାହା ଏବେ ପୁରଣ ହେବା ସହିତ ବହୁତ ଦିନ ବିତିଗଲାଣି । ତେଣୁ ଏବେ ଏହି କଟକଣା ପ୍ରତ୍ୟାହାର କରାଯିବା ସମୟ ଆସିଛି । ଜାମ୍ମୁକାଶ୍ମୀରରେ ଇଣ୍ଟରନେଟ ଓ ଅନ୍ୟାନ୍ୟ କେତେକ ସେବା ବନ୍ଦ ହେବାକୁ ନେଇ ହୋଇଥିବା କେତେକ ପିଟିସନର ଶୁଣାଣୀ କରି ଏହି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଏହା ପଛରେ ଥିବା ରାଜନୈତିକ ଉଦ୍ଦେଶ୍ୟ ଉପରେ ଆମେ ହସ୍ତକ୍ଷେପ କରୁନାହୁଁ । ବରଂ ସାଧାରଣ ଲୋକଙ୍କ ମୌଳିକ ଅଧିକାର କିଭଳି ସୁରକ୍ଷିତ ରହିବ ସେ ବିଷୟରେ ଚିନ୍ତା କରାଯିବା ଦରକାର ।