ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଯୁଦ୍ଧ ଆଡକୁ ଗତି କରୁଥିବା ବେଳେ ଏବେ ଇରାନ କହିଛି ୟୁକ୍ରେନ ବିମାନଙ୍କୁ ଆମେ କ୍ଷେପଣାସ୍ତ୍ର ମାଡ କରି ଖସାଇ ଦେଇଥିଲୁ । ଏହା ମାନବୀୟ ଭୁଲ କାରଣରୁ ହୋଇଥିବା ସଫେଇ ଦେଇଛି ଇରାନ । ମିଶାଇଲ ଭୁଲ ବଶତ ବିମାନକୁ ଟାର୍ଗେଟ କରିଥିଲା । ସୂଚନାଯୋଗ୍ୟ ଏହି ଦୂର୍ଘଟଣାରେ ୧୭୬ ଜଣଙ୍କର ମୃତ୍ୟୁ ହୋଇଥିଲା ।
ପ୍ରଥମରୁ ହିଁ ଅନୁମାନ କରାଯାଉଥିଲା ଇରାନ ହିଁ ମିଶାଇଲ ମାଡ କରି ୟୁକ୍ରେନ ବିମାନକୁ ମାଡ କରି ଖସାଇ ଦେଇଥିଲା । ୟୁକ୍ରେନ ବୋଇଙ୍ଗ ବିମାନ ମାତ୍ର ଉଡାଣ ଭରିବାର ମାତ୍ର କେଇ ମିନିଟ ମଧ୍ୟରେ ଖସି ପଡିଥିଲା । ଅଷ୍ଟ୍ରେଲିଆ ଓ କାନାଡା ପୂର୍ବରୁ ମନା କରି ସାରିଥିଲେ କି ସେମାନଙ୍କ ମିଶାଇଲ ମାଡରେ ଏହି ବିମାନ ଖସି ନାହିଁ । ସୂଚନାଯୋଗ୍ୟ ଗତ ସପ୍ତାହରେ ଆମେରିକା ଡ୍ରୋନ ମାଡରେ ଇରାନ ସେନା ମୁଖ୍ୟଙ୍କର ମୃତ୍ୟୁ ହୋଇଥିଲା ।
ଯାହା ପରଠୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ପରସ୍ପର ଉପରକୁ ଆକ୍ରମଣ କରି ଚାଲିଛନ୍ତି । ଆମେରିକା ଏୟାରବେସରେ ଇରାନ ପକ୍ଷରୁ ୨୨ ଟି ମିଶାଇଲ ମାଡ କରାଯାଇଥିଲା । ଏହି ଭିତରେ ହଠାତ ୟୁକ୍ରେନ ବିମାନ ଟି ଖସି ପଡିଥିବା ଖବର ସାମ୍ନାକୁ ଆସିଥିଲା ।