ମୁମ୍ବାଇ (ଏଟିଆର ବ୍ୟୁରୋ): ଆନନ୍ଦ ଏଲ ରାୟଙ୍କ ପ୍ରଯୋଜିତ ଫିଲ୍ମ ଏକାଠୀ ନଜର ଆସିବେ ଖିଲାଡୀ ଅକ୍ଷୟ କୁମାର, ସାରା ଅଲ୍ଲୀ ଖାଁ ଓ ସାଉଥ ସୁପରଷ୍ଟାର ଧନୁଷ । ଏହି ଫିଲ୍ମ ନିମନ୍ତେ ତିନି ଜଣ ଯାକ ଚୁକ୍ତି କରିସାରିଥିବା ବେଳେ ଏହାର ନିର୍ମାତା ଖୁବ ଶୀଘ୍ର ଏନେଇ ଘୋଷଣା କରିବେ । ଫିଲ୍ମଟି ଏକ ଲଭ ଷ୍ଟୋରୀ ହୋଇଥିବା ବେଳେ ଏଥିରେ ଅକ୍ଷୟଙ୍କ ବିପକ୍ଷରେ ନାୟିକା ସାଜିବେ ସାରା ଅଲ୍ଲୀ ଖାଁ । ଏକ ନୂଆ ଯୋଡି ଭାବେ ଏହି ଫିଲ୍ମରେ ଦର୍ଶକ ଅକ୍ଷୟ ଓ ସାରାଙ୍କୁ ଦେଖିପାରିବେ । କିଛିମାସ ଭିତରେ ଏହି ଫିଲ୍ମର ସୁଂଟି ଆରମ୍ଭ ହୋଇଯିବ ।
ଗତବର୍ଷ ଅକ୍ଷୟ ବ୍ୟାକ ଟୁ ବ୍ୟାକ ହିଟ ଫିଲ୍ମ ଦେଇ ଚର୍ଚ୍ଚାରେ ଥିବା ବେଳେ ୨୦୨୦ ମଧ୍ୟ ତାଙ୍କ ପାଇଁ ଭଲ ରହିବ ବୋଲି ଜଣାପଡୁଛି । ଆଗକୁ ସୂର୍ଯ୍ୟବଂଶୀ ଆସୁଥିବା ବେଳେ ତାଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ ଅଭିନୟ କରିବେ । ଏହାଛଡା ‘ଲକ୍ଷ୍ମୀ ବମ’, ‘ହେରାଫେରି ୩’ ଓ ‘ପୃଥ୍ୱୀରାଜ ଚୌହାନ’ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି ଖିଲାଡୀ କୁମାର । ଅନ୍ୟପଟେ କାର୍ତ୍ତିକ ଆର୍ଯ୍ୟନ ଙ୍କ ସହ ‘ଲଭ ଆଜ କଲ-୨’ ଓ ବରୁନଙ୍କ ସହ ‘କୁଲି’ ଚଳଚ୍ଚିତ୍ରରେ ନଜର ଆସିବେ ସାରା ଅଲ୍ଲୀ ଖାଁ । ସେହିଭଳି ଆନନ୍ଦ ଏଲ ରାୟଙ୍କ ସହ ଧନୁଷଙ୍କର ଏହା ଦ୍ୱିତୀୟ ଫିଲ୍ମ ଅଟେ । ସେ ପୂର୍ବରୁ ତାଙ୍କ ସହ ‘ରାଞ୍ଝଣା’ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ।