ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଂଘାଇ କୋଅପରେଶନ ଅର୍ଗାନାଇଜେଶନ (ଏସସିଓ)ର ୮ମ ଆଶ୍ଚର୍ଯ୍ୟ ତାଲିକାରେ ସ୍ଥାନ ପାଇଲା ଷ୍ଟ୍ୟାଚୁ ଅଫ ୟୁନିଟି । ଗୁଜୁରାଟର ନର୍ମଦା ନଦୀ କୂଳରେ ନିର୍ମାଣ କରାଯାଇଥିବା ବିଶ୍ୱର ଉଚ୍ଚତମ ପ୍ରତିମା ଷ୍ଟାଚୁ ଅଫ ୟୁନିଟି ହେଲା ଏସସିଓର ୮ମ ଆଶ୍ଚର୍ଯ୍ୟ । ଏନେଇ ସୋମବାର ଦିନ ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଘୋଷଣା କରିଛନ୍ତି । ସୁବ୍ରମଣ୍ୟମ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଏହି ସମ୍ପର୍କରେ ସୂଚନା ଦେବା ସହ ଏସସିଓକୁ ପ୍ରଶଂସା କରିଛନ୍ତି ।
Appreciated the #SCO’s efforts to promote tourism among member states. The “8 Wonders of SCO”, which includes the #StatueofUnity , will surely serve as an inspiration. pic.twitter.com/nmTbz6qIFg
— Dr. S. Jaishankar (@DrSJaishankar) January 13, 2020
ସେ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଏସସିଓର ପ୍ରଶଂସା ଯଥାର୍ଥ ଅଟେ । ବିଦେଶମନ୍ତ୍ରୀ ଏସସଓ ନେଇଥିବା ପଦକ୍ଷେପରେ ଖୁସି ଅନୁଭବ କରିଛନ୍ତି । ଗୁଜୁରାଟର ନର୍ମଦା ନଦୀ କୂଳରେ ନିର୍ମାଣ କରାଯାଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ବିଶ୍ୱର ସର୍ବୋଚ ଷ୍ଟ୍ୟାଚୁ ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ଦେଶର ପ୍ରଥମ ଗୃହମନ୍ତ୍ରୀ । ୨୦୧୮ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭଭାଇଙ୍କର ୧୪୩ତମ ଜୟନ୍ତୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତିକୁ ନିର୍ମାଣ କରିଥିଲେ । ଏହି ମୂର୍ତ୍ତିର ଉଚ୍ଚତା ୧୮୨ମିଟର ରହିଛି ।