ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀର ଲରେନ୍ସ ରୋଡ ସ୍ଥିିତ ଏକ ଜୋତା ଓ ଚପଲ ଫ୍ୟାକ୍ଟ୍ରିରେ ମଙ୍ଗଳବାର ସକାଳୁ ନିଆଁ ଲାଗି ଯାଇଛି । ସକାଳ ପାଖାପାଖି ୯.୪୬ ରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି । ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀର ୨୬ ଟି ଗାଡି ଘଟଣାସ୍ଥଳରେ ଉପସ୍ଥିତ ରହିଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ ।
ଏହାପୂର୍ବରୁ ଶନିବାର ମାୟାପୁରୀ ଅଞ୍ଚଳରେ ଏକ ଜୋତା ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ବି ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର ୨୦ ଟି ଗାଡିକୁ ଡକାଯାଇଥିଲା ।
ଅନ୍ୟପଟେ ଗତ ଡିସେମ୍ବର ମାସରେ ଦିଲ୍ଲୀର ଅନ୍ନାଜ ମଣ୍ଡି ଅଞ୍ଚଳରେ ଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗି୍ନକାଣ୍ଡରେ ୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।