ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଲକ୍ଷ୍ମୀ ମାତାଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ । ମାନ୍ୟତା ରହିଛି କି ଦେବୀ ମାତାଙ୍କ ସହ ଜଡିତ କିଛି କଥା ଉପରେ ଧ୍ୟାନ ରଖିବା ତଥା ବିଧିବିଧାନ ସହ ପୂଜା କରିବା ଦ୍ୱାରା ଯେକୌଣସି ବ୍ୟକ୍ତି ସହଜରେ ତାଙ୍କୁ ତାଙ୍କ ଜୀବନରେ ସ୍ଥାୟୀ କରି ପାରିବେ । ଆପଣମାନେ ସମସ୍ତେ ଜାଣିଥିବେ କି ଯଦି ମା’ ଲକ୍ଷ୍ମୀ ବ୍ୟକ୍ତିଙ୍କ ଜୀବନରେ ସ୍ଥିର ହୋଇଯାନ୍ତି ତେବେ ଆର୍ଥିକ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଇଥାଏ । ଆପଣ ଚାହିଁଲେ ଆପଣଙ୍କ ଜୀବନରେ ମା’ ଲକ୍ଷ୍ମୀଙ୍କୁ ସବୁବେଳ ପାଇଁ ସ୍ଥିର କରିପାରିବେ । ସେଥିପାଇଁ କିଛି ଆପଣଙ୍କୁ କିଛି ଉପାୟ କରିବାକୁ ହେବ ।
ଯଦି ଆପଣଙ୍କ କାମରେ ବାଧା ଉପୁଜୁଛି ତେବେ ଶୁକ୍ରବାର ଦିନ କଳା ପିମ୍ପୁଡିଙ୍କ ପାଇଁ ଚିନି ପକାନ୍ତୁ । ଏହାସହିତ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଶଙ୍ଖ, କଉଡି,ପଦ୍ମଫୁଲ ଆଦି ମା’ଙ୍କୁ ଅର୍ପଣ କରନ୍ତୁ । ଏହି ସମସ୍ତ ଜିନିଷ ମା’ ଲକ୍ଷ୍ମୀଙ୍କ ଅତି ପ୍ରିୟ । ଗଜଲକ୍ଷ୍ମୀ ମା’ଙ୍କୁ ଉପାସନା କରିବା ଦ୍ୱାରା ସମ୍ପତ୍ତି ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ ।
ଅନ୍ୟପଟେ ସକାଳୁ ଉଠି ମା’ ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ ଏବଂ ଧଳା ବସ୍ତ୍ର ଧାରଣ କରନ୍ତୁ । ମା’ ଲକ୍ଷ୍ମୀଙ୍କ ଶ୍ରୀ ସ୍ୱରୂପ ଏବଂ ଚିତ୍ର ସାମ୍ନାରେ ଛିଡା ହୋଇ ଶ୍ରୀ ମୁକ୍ତ ପାଠ କରନ୍ତୁ ଏବଂ ପଦ୍ମ ଫୁଲ ଚଢାନ୍ତୁ ।
ଘରୁ ବାହାରକୁ ବାହାରିଲା ବେଳେ ମିଠା ଦହି ସେବନ କରି ବାହାରନ୍ତୁ । ଯଦି ପତି-ପତ୍ନୀଙ୍କ ମଧ୍ୟରେ ସମସ୍ୟା ଲାଗି ରହିଥାଏ ତେବେ ଶୁକ୍ରବାର ଦିନ ନିଜ ଶୟନକକ୍ଷରେ ପ୍ରେମୀ ପକ୍ଷୀର ଯୋଡି ଫଟୋ ଲଗାନ୍ତୁ ।
ମା’ ଲକ୍ଷ୍ମୀଙ୍କର ଏକ ରୂପ ଅନ୍ନ ହୋଇଥାଏ । କିଛି ଲୋକ କ୍ରୋଧରେ ଭୋଜନ ଥାଳି ଫୋପାଡି ଦେଇଥାନ୍ତି । ପ୍ରକୃତରେ ଏଭଳି ଅଭ୍ୟାସ ହାନିକାରକ ହୋଇଥାଏ ।
ସେହିପରି ଯଦି ଆପଣଙ୍କ ଘରେ ବାରମ୍ବାର ଧନ ହାନି ହେଉଛି, ତେବେ ଘରର ମୁଖ୍ୟଦ୍ୱାରରେ ଗୋଲାପ ଜଳ ଛିଞ୍ଚି ଶୁଦ୍ଧ ଘିଅରେ ଦୁଇ ମୁଖ ବିଶିଷ୍ଟ ଦୀପ ଜଳାନ୍ତୁ । ଦୀପ ଜାଳିବା ସମୟରେ ମନରେ କାମନା କରନ୍ତୁ କି ଭବିଷ୍ୟତରେ ଯେପରି ଘରେ ଧନହାନି ସମସ୍ୟାର ସାମ୍ନା କରିବାକୁ ନପଡୁ । ଦୀପ ଲିଭିଗଲା ପରେ ସେହି ଦୀପକୁ ପ୍ରଭାହିତ ନଦୀରେ ଭସାଇ ଦିଅନ୍ତୁ ।