କଟକ (ଏଟିଆର ବ୍ୟୁରୋ) ଦିନକୁ ଦିନ ଲୁଟେରାଙ୍କ ଉତପାତ୍ ବଢିଚାଲିଛି । ସେ ରାସ୍ତାରେ ଗଲା ବେଳେ ହେଉ ଅବା ଲୋକଙ୍କ ଘରେ ପସି, ମନ ଇଛା ଲୁଟ୍ କରି ଚାଲିଛନ୍ତି ଲୁଟେରା । ମାତ୍ର ଏବେ ଲୁଟେରାଙ୍କ ଟାର୍ଗେଟ ରହିଛି ମନ୍ଦିର ଉପରେ । ଚୋରୀ କରିବା ଲାଗି ସେମାନେ ଠାକୁରଙ୍କୁ ବି ଛାଡୁ ନାହାନ୍ତି । ଆଜ୍ଞା ହଁ କଟକ ବାଙ୍କି ଥାନା ଅନ୍ତର୍ଗତ କିଆପଲ୍ଲା ଗାଁରେ ଥିବା ଏକକାଳୀନ ୩ ଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
କିଆପଲ୍ଲା ଗାଁର ହନୁମାନ ମନ୍ଦିର, ଶିବ ମନ୍ଦିର ଏବଂ ଶନି ମନ୍ଦିରରୁ ଦୁର୍ବୃତ୍ତମାନେ ପସି ହୁଣ୍ଡିବାକ୍ସ ସମେତ ଅନେକ ଜିନିଷ ପତ୍ର ଲୁଟି ନେଇଛନ୍ତି । ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଛନ୍ତି । ଆଜି ସକାଳୁ ପୂଜାରୀ ପୂଜା ପାଇଁ ଗଲା ବେଳେ ମନ୍ଦିରରୁ ଚୋରୀ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।