ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା । ଆମେ ଏଥିପାଇଁ ଏକଥା ଉଠାଉଛୁ କାରଣ ଆଲୋକ ଜେନାଙ୍କ କ୍ଷେତ୍ରରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯେଉଁ ଡ୍ରାଇଭର ବିଶ୍ୱନାଥ ଗିରଫ ଲାଗି ବିବାଦ ଘେରକୁ ଆଲୋକ ଜେନାଙ୍କୁ ଟଣାଯାଇଛି ସେଥିରୁ ପ୍ରମାଣ ହେଉଛି ମାଂସ ଖାଇବା ଲୋକ ଆଉ କିଏ? ପୁଲିସ ରେକର୍ଡ ଅନୁସାରେ, ଏହି ମାମଲା ଥିଲା ମଞ୍ଚେଶ୍ୱର ଥାନାର । ଦୁଇଜଣ ଯୁବତୀଙ୍କୁ ଗୁଳିମାଡ଼ ଓ ପୁଣି କିଛିଦିନ ବ୍ୟବଧାନରେ ତାଙ୍କ ବାପାଙ୍କ ଉପରକୁ ଏସିଡ ଫିଙ୍ଗା ଘଟଣା, ପୁଲିସ ପାରିବାପଣିଆର ଧଜିଆ ଉଡାଇଥିଲା । ସେତେବେଳର ମଞ୍ଚେଶ୍ୱର ଥାନା ଅଧିକାରୀ ପ୍ରୀୟରଞ୍ଜନ ଶତପଥୀ ହୁଅନ୍ତୁ ଅବା ସ୍ପେଶାଲସ୍କ୍ୱାଡ ଇନ୍ସପେକ୍ଟର ବିଦ୍ୟୁତ ପଣ୍ଡା । କାହାର ବି କାତ ପାଇନଥିଲା ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବା ଲାଗି ।
ତେଣୁ ସହାୟତା ଲୋଡାଯାଇଥିଲା ଆଲୋକ ଜେନାଙ୍କର । ପୁଲିସ ଇଜ୍ଜତ ରଖିବାକୁ ଆଲୋକଙ୍କୁ ଘଟଣାର ତଦନ୍ତ କରିବା ଲାଗି ତକ୍ରାଳୀନ ଡିସିପି ନିତିନଜୀତ ସିଂହ ବିଦ୍ୟୁତ ପଣ୍ଡାଙ୍କ ସହ ତାଙ୍କୁ ସମ୍ବଲପୁର ପଠାଇଥିଲେ । ନିଜର ବୁଦ୍ଧି ଆଉ ସାହାସ ଯୋଗୁ ପୂରା ଘଟଣାର ମାଷ୍ଟରମାଇଣ୍ଡ କ୍ଷିରୋଦ ମଲ୍ଲିକ ଜାଣିବା ପରେ ଆଲୋକ ତାଙ୍କୁ ଗିରଫ କରିବା ଲାଗି ସବୁ କ୍ଷେତ୍ରରେ ଚେଷ୍ଟା କରିଥିଲେ । କିନ୍ତୁ ସେ ଆଦୌ ଜାଣିନଥିଲେ ତାଙ୍କୁ ଫସାଇବା ଲାଗି ଖୋଦ ପୁଲିସ ଅଫିସର ପ୍ରୀୟ ରଞ୍ଜନ ଶତପଥୀ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ବୋଲି । ଏହାର ଲେଖାଯୋଖା ପ୍ରମାଣ ହେଉଛି ଦଫା ୩୦୭ ବଦଳରେ ୩୪୧/୩୨୩ରେ ମାମଲା ରୁଜୁ ହେବା ଘଟଣା । ଏଠି ପ୍ରଶ୍ନ ଜଣେ ବ୍ୟକ୍ତିଙ୍କ ଉପରେ ଏସିଡ ପକାଇ ମାରିଦେବାକୁ ଉଦ୍ୟମ ହେଉଛି କିନ୍ତୁ ଆମ କାବିଲ ଅଫିସର ପ୍ରୀୟରଞ୍ଜନ ଶତପଥୀ ୩୦୭ ଦଫା ଲଗାଇବାକୁ କୁନ୍ଥକୁନ୍ଥ ।
ଶୁଣିବାକୁ ମିଳୁଛି ମୋଟା ଅଙ୍କର କାରବାର ଆଉ ମନ୍ତ୍ରୀଙ୍କ ଭାଇ ବୋଲି ବେଶ ଦରଦ ଦେଖାଇଥିଲେ ଆଇଆଇସି ପ୍ରୀୟରଞ୍ଜନ ଶତପଥୀ । କେବଳ ସେ ଏକାନୁହଁନ୍ତି କିଛି କମ ଖେଳ ଖେଳିନାହାନ୍ତି ଅଫିସର ବିଦ୍ୟୁତ ପଣ୍ଡା । ଏଟିଆର ଅନୁସନ୍ଧାନରୁ ଜଣାପଡିଛି ସ୍ପେଶାଲ ସ୍କ୍ୱାଡ ଇନ୍ସପେକ୍ଟର ଥିବା ବୁଦ୍ୟତ ପଣ୍ଡାଙ୍କ ସହ ସମ୍ବଲପୁରରେ ସେତେବେଳେ ଆଇଆଇସି ଥିବା ପିକେ ରାଉତ ହେଉଛନ୍ତି ଦୁଇବନ୍ଧୁ । ଖାସ ଏଥିପାଇଁ ଉଭୟ ମିଶି ଆଲୋକ ଜେନାଙ୍କୁ ବକରା ବନାଇଛନ୍ତି । ଯାହାର ପ୍ରମାଣ ହେଉଛି ବିଶ୍ୱାନାଥଙ୍କୁ ଆଣିବା ବେଳେ ବିଦ୍ୟୁତ ପଣ୍ଡା ଦସ୍ତଖତ ନକରି ଆଲୋକଙ୍କ ନାଁ ଉଲ୍ଲେଖ କରିବା ଘଟଣା । ଏଠି ପ୍ରଶ୍ନ ଆଲୋକ କ’ଣ ମନଇଚ୍ଛା ସମ୍ବଲପୁର ପଳାଇଥିଲେ କି? ଯଦି ଯାଇଥିଲେ ବିଭାଗୀୟ ବରିଷ୍ଠ ଅଧିକାରୀ ଜାଣିପାରିଲେନି କାହିଁକି? ନା ସବୁ ଜାଣି ଆଲୋକଙ୍କୁ ଫସାଇବା ଲାଗି ମୁଳ ରୁ ଅଗ ଯାଏଁ ସମସ୍ତେ ଜାଲ ବିଛାଇଥିଲେ । ଚର୍ଚ୍ଚା ହେଉଛି କ୍ଷିରୋଦ ଯେହେତୁ ମନ୍ତ୍ରୀଙ୍କ ଭାଇ ତେଣୁ ଗୃହ ବିଭାଗ ସହ ତାଙ୍କର ଭଲ ସର୍ମ୍ପକ ରହିଥିଲା । ଯାହାର ଫାଇଦା ଉଠାଇବାକୁ ବହୁ ବରିଷ୍ଠ ଅଧିକାରୀ ତାଙ୍କୁ ତେଲ ଲଗାଉଥିଲେ । ଯାହା ଆଜି ସଫଳ ହୋଇଛି ।
ଅନୁସନ୍ଧାନରୁ ଜଣାପଡିଛି ଜଣେ ଦକ୍ଷ ଅଫିସରଙ୍କୁ ମାନସିକ ନିର୍ଯାତନା ଦେଇ ଚୁପ କରି ଦିଆଯାଇଥିବା ବେଳେ ଯେଉଁମାନେ ପ୍ରକୃତରେ ଏହି ଘଟଣାରେ ଜଡିତ ସେମାନଙ୍କୁ ପୁଣି ରାଜଧାନୀରେ ଠାବ କରାଯାଇଛି । ସିଧା କହିବାକୁ ଗଲେ ସେତେବେଳର ସମ୍ବଲପୁର ଆଇଆଇସି କାହିଁକି ଓ କେଉଁପରିସ୍ଥିତିରେ ବିଦ୍ୟୁତ ପଣ୍ଡାଙ୍କ ଦସ୍ତଖତ ରଖିନଥିଲେ? ସେ କ’ଣ ଡ୍ୟୁଟିରେ ନିଜ ପ୍ରୀୟାପ୍ରିତି ଦେଖାଇ ଠିକ କରିଛନ୍ତି କି? ଯଦି ନାଁ ତେବେ କାହିଁକି ତାଙ୍କୁ ପୁଣି କାବିଲ ଅଫିସର ଭାବି ଭୁବନେଶ୍ୱରରେ ଏସିପି ଭାବେ ଅପସ୍ଥାପିତ କରାଯାଇଛି? ଆଲୋକ ଜେନା ଯେତେବେଳେ ଦୋଷୀ ତେବେ ସେମାନଙ୍କର କ’ଣ କିଛି ଏଥିରେ ଭୁଲ ନାହିଁ?
ଏ ପ୍ରଶ୍ନ ଆମର ନୁହେଁ ବରଂ ସାଧାରଣ ଲୋକେ କରିଛନ୍ତି । ପୂରା ଘଟଣାକୁ ଦେଖିଲେ ଆଲୋକଙ୍କୁ ବଦନାମ ଓ ଅପରାଧୀଙ୍କୁ ଘଣ୍ଟଘୋଡାଇବା ଲାଗି ପୁଲିସ ବିଭାଗର ଏହା ଏକ ଚାଲାକି ବୋଲି ସ୍ପଷ୍ଟ ହେଉଛି । ତୁରନ୍ତ ପୁଲିସ ମହାନିର୍ଦ୍ଦଶକ ଏହି ଘଟଣା ଉପରେ ନଜର ଦେବା ସହ ଦକ୍ଷ ଅଫିସର ଆଲୋକ ଜେନାଙ୍କୁ ସହଯୋଗ କରିବା ଲାଗି ସବୁ ସ୍ତରରେ ଦାବି ହୋଇଛି ।