କଟକ(ଏଟିଆର ବ୍ୟୁରୋ): ପୁର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରସଗୋଲା ମହୋତ୍ସବ ଓଡ଼ିଶା ବାସୀଙ୍କୁ ରସଗୋଲାର ମିଠା ସ୍ୱାଦରେ ବିମୋହିତ କରିବାକୁ ଯାଉଛି ।
ପୁର୍ବ ବର୍ଷ ଏହି ରସଗୋଲା ମହୋତ୍ସବ ଭୁବନେଶ୍ୱରରେ ହୋଇଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ କଟକ ବାଲିିଯାତ୍ରା ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି ।
ଏହି ମହୋତ୍ସବରେ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାର ମିଠା ସାମଗ୍ରୀ ପ୍ରଦର୍ଶିତ ହେବ । ସାଲେପୁର ଓ ପାହାଳର ରସଗୋଲା, ପୁରୀର କ୍ଷୀରି, ନିମାପଡାର ଝିଲ୍ଲୀ, ନୟାଗଡର ଛେନାପୋଡ, ଟାଙ୍ଗି ଛେନା କାକରା, କେନ୍ଦ୍ର୍ରପଡା ରସାବଳି ସାଙ୍ଗକୁ ଭଦ୍ରକର ପାଳୁଅ ଲଡୁ ର ପସରା ଏହି ମହୋତ୍ସବରେ ଦେଖିବାକୁ ମିଳିବ ।
ତେବେ ଏହି ଉତ୍ସବ ଆଜି ସଂଧ୍ୟା ୫ଟାରେ କଟକର ବାଲିଯାତ୍ରା ପଡିଆରେ ଆମ୍ଭ ହେବ । ଏହି ଉତ୍ସବରେ ରାଜ୍ୟର ବହୁ ମିଠା ବ୍ୟବସାୟୀ ମଧ୍ୟ ଯୋଗ ଦେବେ । ଆଜି ସଂଧ୍ୟାରେ ଦର୍ଶକ ରସଗୋଲା ସହିତ ଅନ୍ୟାନ ମିଠା ସବୁର ମଜା ନେବା ସହ ସଙ୍ଗୀର ମଜା ଉଠାଇ ପାରିବେ ।