ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଘୁଞ୍ଚିପାରେ ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ଫାଶୀ ତାରିଖ ଘୁଞ୍ଚିପାରେ । ପୂର୍ବରୁ ଏହି ମାମଲାରେ ଦୁଇ ଜଣଙ୍କ କ୍ୟୁରୀ ପିଟିସନ ଖାରଜ ହୋଇଛି । ଏବେ ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ପରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ତାରିଖ ଘୁଞ୍ଚିପାରେ ବୋଲି ଅନୁମାନ କରାଯାଉଛି । କାରଣ ରାଜକ୍ଷମା ଆବେଦନ ହେଲେ ଦୋଷୀକୁ ୧୪ ଦିନ ଅଧିକ ସମୟ ମିଳିଥାଏ । ରାଜକ୍ଷମା ଆବେଦନ ଖାରଜ ହେବା କଥା ସମସ୍ତେ ଜାଣିଥିଲେ ମଧ୍ୟ ଆବେଦନ କରାଯାଉଛି । ଯାହା ପଛରେ ମୁଖ୍ୟ କାରଣ ରହିଛି ଫାଶୀ ପାଇଁ ନିର୍ଦ୍ଧାରିତ ହୋଇଥିବା ତାରିଖ ।
ଅଭିଯୁକ୍ତଙ୍କ ଓକିଲ ଦାବି କରିଛନ୍ତି କି ରାଜକ୍ଷମା ଆବେଦନ ହୋଇଥିବାରୁ ଏହି ଡେଥ ୱାରେଣ୍ଟକୁ ରଦ୍ଧ କରାଯାଉ । ଅନ୍ୟପଟେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଏହି ଯାଚିକାକୁ ଖାରଜ କରିବା ସହିତ ଡେଥ ୱାରେଣ୍ଟ ରଦ୍ଦ କରାଯାଇ ପାରିବ ନାହିଁ ବୋଲିୂ କହିଛନ୍ତି । ଅଭିଯୁକ୍ତଙ୍କ ଓକିଲ ଚାହିଁଲେ ତଳ କୋର୍ଟରେ ଏନେଇ ଆବେଦନ କରି ପାରନ୍ତି । ସୂଚନାଯୋଗ୍ୟ ତେବେ ଆଜି ଅଭିଯୁକ୍ତ ବିନୟଙ୍କ ବାପା ଆଜି ବିନୟଙ୍କୁ ଜେଲରେ ଦେଖା କରିଛନ୍ତି । ଦୀର୍ଘ ୧ ଘଣ୍ଟାକାଳ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି । ଆଜି ବାପାଙ୍କୁ ଭେଟିବା ବେଳେ ବିନୟ ଅଧିକ ଭାବ ବିହ୍ୱଳ ହୋଇ ପଡିଥିଲା ।