ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାମାନ୍ୟ କାର ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାଟମେଣ୍ଟ ନିକଟରେ ଶିଖ ଯୁବକଙ୍କୁ ସଂଘବଦ୍ଧ ଭାବେ ହୋଇଥିବା ଆକ୍ରମଣ ଘଟଣାରେ ଅଭିଯୁକ୍ତ ଯୁବକମାନଙ୍କୁ ଜାମିନ ମିଳିଛି । ଗତକାଲି ଏସଡିଜେମ କୋର୍ଟ ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନା, ଓ ତାଙ୍କର ଦୁଇ ସହଯୋଗୀ ଶଙ୍କର ରାଉତ ଏବଂ ଦୀପକ ମହାନ୍ତିଙ୍କୁ ଜାମିନ ମିଳିଛି ।
ସାମାନ୍ୟ କାର ପାର୍କିଂକୁ ନେଇ ତିନିଜଣ ଅଭିଯୁକ୍ତ ପ୍ରଥମେ ଶିଖ୍ ଯୁବକ ପରବିନ୍ଦର ପାଲଙ୍କୁ ଗାଳି ଗୁଲଜ କରିଥିଲେ । ଏହାପରେ ପରବିନ୍ଦର ସମସ୍ତ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସତ୍ୱେ ତାଙ୍କ ସାମ୍ନାରେ ତିନି ଅଭିଯୁକ୍ତମାନେ ପଲବିନ୍ଦରକୁ ମାଡ ମାରିଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଥିବା ସତ୍ୱ ପୋଲିସ ଏହା ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାରୁ ନିଜ ଦାୟିତ୍ୱରେ ଅବହେଳା କରିଥିବାରୁ କମିଶନରେଟ ପୁଲିସ ପିସିଆର ଇନଚାର୍ଜଙ୍କୁ ସସପେଣ୍ଡ କରିଥିଲେ ।
ସେହିପରି ପୋଲିସ କମିଶନର ତିନି ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ଚାଜର୍ସିଟ ଦାଖଲ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଅନ୍ୟପଟେ ଗତକାଲି ଭୁବନେଶ୍ୱର ଡିସିପି ଅନୁପ ସାହୁ ପରବିନ୍ଦରଙ୍କୁ ଭେଟିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରଡଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି । ପୋଲିସର ଉପସ୍ଥିତିରେ ଏହିଭଳି ଘଟଣା ଘଟିବାଫଳରେ ପୋଲିସ ପ୍ରତି ଲୋକଙ୍କର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।