ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱ ସ୍ଥିତ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ତରଫରୁ ଏକ ସମ୍ମୀଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମୀଳନି ରେ ଯୋଗ ଦେଇ ମହିଳା ଉଦ୍ୟୋଗପତି ମାନଙ୍କୁ ପ୍ରଶଂସା କରିବା ସହ ଆଗକୁ ଆହୁରି ବଢିବା ପାଇଁ ଆହ୍ନାନ ଦେଇଛନ୍ତି । ଏହା ସହ ଦେଶର ପ୍ରଥମ ମହିଳା ଉଦ୍ୟୋଗ କମିଟିର ଉଦ୍ଘାଟନ କରିଛନ୍ତି । ଏହି ସମ୍ମିଳନୀରେ ଆଇସିସି ଅଧ୍ୟକ୍ଷ ଏମ.ସି ଥମସ, ଆଇସିସି ମହିଳା ଉଦ୍ୟୋଗ କମିଟିର ଆବାହକ ସୁକିରିତି ପଟ୍ଟନାୟକ ଆଦି ଯୋଗ ଦେଇଥିଲେ । ସେହିଭଳି ଅତିଥି ଭାବେ ସାମନ୍ଥା କୋଛର, ମଡେଲ ମୁଗ୍ଧା ଗଡସେ, ରୀତୁ ଝା, ବାୟୁ ସେନା ବିଭାଗର ୱିଙ୍ଗ କମାଣ୍ଡର ସାଲୁ ଏଲ ଚନ୍ଦେଲ ଯୋଗ ଦେଇଥିଲେ ।
ଏହା ବ୍ୟତିତ ସାରା ଦେଶର ୪୦ ଜଣ ଉଦ୍ୟୋଗପତି ମହିଳା ଏଠାରେ ଉପସ୍ଥିତ ଥିଲେ । ଅତିଥି ମାନେ ନିଜ ନିଜ ଭାଷଣରେ କହିଥିଲେ ଯେ, ଆଇସିସି ମହିଳା ଉଦ୍ୟୋଗ କମିଟି ରାଜ୍ୟ ମହିଳା ମାନଙ୍କୁ ନୂଆ ପରିଚୟ ଦେବାରେ ସାହାର୍ଯ୍ୟ କରିବ । ଏହା ଦ୍ୱାରା ଆମ ରାଜ୍ୟର ମହିଳା ମାନେ ଅଧିକ ସ୍ୱାବଲମ୍ବୀ ହେବା ସହିତ ଦେଶର ଅର୍ଥନୀତି ବୃଦ୍ଧି କରିବାରେ ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବେ । ଭାରତର ପ୍ରଥମ ରାଜ୍ୟ ଓଡ଼ିଶା ଯେଉଁଠି ଦେଶର ପ୍ରଥମ ମହିଳା ଉଦ୍ୟୋଗ କମିଟି ଗଠନ ହୋଇପାରିଛି । ପୁର୍ବରୁ ଓଡ଼ିଶାରେ ମହିଳା ମାନେ ବ୍ୟବସାୟ କ୍ଷେତ୍ରରେ ବହୁତ ଭଲ ପଦର୍ଶନ କରିଛନ୍ତି । ଏହି ସୁଯୋଗଟି ସେମାନଙ୍କୁ ନିଶ୍ଚିତ ଭାବରେ ଆହୁରି ଆଗକୁ ନେବାରେ ସାହାର୍ଯ୍ୟ କରିବ ବୋଲି ଅତିଥି ମାନେ ଆଶା କରିଛନ୍ତି ।