ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାକୁ ନେଇ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଟ୍ୱିଟ୍ କରିଛନ୍ତି । ପ୍ରକାଶ ମିଶ୍ର ଟ୍ୱିଟ୍ କରି କହିଛନ୍ତି ଯେ, ପରିବିନ୍ଦର୍ ପାଲ ସିଂହ ଘଟଣା ଧିରେ ଧିରେ ରହସ୍ୟମୟ ହେବାରେ ଲାଗିଛି । ଆଶାକରୁଛି ପୋଲିସ ଚାପରେ ନଆସି ଘଟଣାଟିର ନିରପକ୍ଷ ଭାବେ ତଦନ୍ତ କରିବ ବୋଲି ସେ କହିଛନ୍ତି । ତେବେ ଭୁବନେଶ୍ୱରରେ ବସବାସ କରୁଥିବା ଶିଖ୍ ସଂପ୍ରଦାୟର ମହିଳା ଓ ପୁରୁଷ ମାନେ କ୍ୟାଣ୍ଡଲ ରାଲି କରିଛନ୍ତି ।
ପରବିନ୍ଦର୍ ପାଲ ସିଂହ ଘଟଣା ଧିରେ ଧିରେ ଅଧିକ ରହସ୍ୟମୟ ହେବାରେ ଲାଗିଛି l
ଆଶାକରୁଛି ଯେ ପୁଲିସ ଚାପରେ ନ ଆସି, ଏହି ଘଟଣାକୁ ନିରପେକ୍ଷ ଭାବେ ତଦନ୍ତ କରି ସାଧାରଣ ଲୋକଙ୍କ ମନରେ ସ୍ରୁଷ୍ଟି ହୋଇଥିବା ଆଶଙ୍କାକୁ ଶୀଘ୍ର ଦୂର କରନ୍ତୁ l— Prakash Mishra (@PrakashMishra_1) January 17, 2020
ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା କୋହଲ ଦଫାକୁ ବିରୋଧ କରି ଏହି ରାଲି କରାଯାଇଥିଲା । ଏହା ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ୩୭୦ ଦଫା ଲଗାଯାଉ ବୋଲି ଶିଖ୍ ସଂପ୍ରଦାୟର ଲୋକ ମାନେ ଦାବି କରିଛନ୍ତି । ଅନ୍ୟପଟେ ଏହି ମାମଲାରେ ଚାର୍ଜସିଟ କମିଶନରେଟ ପୋଲିସ ଦାଖଲ କରିଛି । ୩ ଅଭିଯୁକ୍ତଙ୍କ ନାମରେ ଏହି ଚାର୍ଜସିଟ ଦାଖଲ କରିଛି ପୋଲିସ । ସିସିଟିଭି ଫୁଟେଜ, ସାକ୍ଷୀଙ୍କ ବୟାନ ଓ ମୋଡିକାଲ ରିପୋର୍ଟ ଆଧାରରେ ଏହି ଚାର୍ଜସିଟ ହୋଇଛି ।