ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେ ସମସ୍ତେ ଜାଣିଛେ ଗୋଟିଏ ବୋତଲ ମଦର ଦାମ ହୋଇହୋଇ ୧୦ ହଜାର ଟଙ୍କା ହୋଇପାରିବ । ମାତ୍ର ତା ଠାରୁ ଅଧିକ ଆମେ କେବେ ଭାବି ନାହୁଁ । କି ଶୁଣିନୁ । କିନ୍ତୁ ଆପଣ ଗୋଟିଏ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଦୁନିଆରେ ଏମିତି ବି ମଦ ଅଛି ଯାହାର ମୂଲ୍ୟ ୨୮ ହଜାର ଟଙ୍କାରୁ ବି ଅଧିକ । ହଁ ଆଜ୍ଞା ୟୁରୋପୀୟ ଦେଶ ହଗରିଂ ପର୍ଯ୍ୟଟନ ସ୍ଥଳ ଟୋକେଜରେ ଥିବା ଏକ ମଦ ପ୍ରସ୍ତୁତକାରୀ କମ୍ପାନୀ ଏମିତି ଏକ ମଦ ପ୍ରସ୍ତୁତ କରିଛି ଯେଉଁ ମଦର ଦେଢ ଲିଟର ପ୍ରତି ମୂଲ୍ୟ ରହିଛି ୨୮. ୪୧ ଲକ୍ଷ ।
ଏହାକୁ ଏବେ ଦୁନିଆର ସବୁଠାରୁ ଦାମିକା ମଦ କୁହାଯାଉଛି । ଏହି ମଦର ନାଁ ରହିଛି ଇସେନସିଆ ୨୦୦୮ ଡିସେଟର । ଏହା ଏବେ ମାତ୍ର ୨୦ ଟି ବୋତଲ ପ୍ରସ୍ତୁତି ହୋଇଛି । ସେହିଭଳି ଏହି ମଦ ମାତ୍ର ୧୧ ବୋତଲ ଏଯାବତ ବିକ୍ରି ହୋଇଛି । ସବୁଠାରୁ ମଜାକଥା ହେଉଛି ଏହି ମଦ ବୋତଲ ଏକ ଚମକ୍ରାରୀ କଳା ବାକ୍ସରେ ଆସିଥାଏ । ଏହି ମଦର ଏକ୍ସପ୍ରାରୀ ଡେଟ ତିଆରି ହେବା ଦିନ ଠାରୁ ପାଖାପାଖି ୮୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । ଏହି ମଦ ପ୍ରସ୍ତୁତ ହେବାର ୮ ବର୍ଷ ପରେ ବୋତଲରେ ପ୍ୟାକ ହୋଇଥାଏ । ଏହି ମଦ ଏକ ସ୍ୱତନ୍ତ୍ର ମୌସୁମୀରେ ହୋଇଥାଏ ।