ୟୁପି (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦେଖିବାକୁ ପୁଣି ପୁଲିସର ଦାଦାଗିରି । ଆନ୍ଦୋଳନକାରୀଙ୍କ ଖାଦ୍ୟ ଓ କମ୍ବଳ ଛଡାଇ ନେଇଛି ପୋଲିସ । ସୂଚନା ଅନୁସାରେ ସିଏଏକୁ ବିରୋଧ କରି ଶତାଧିକ ମହିଳା ବସିଥିବା ବେଳେ ପୁଲିସ ସେମାନଙ୍କ ଠାରୁ ଖାଦ୍ୟ ଓ କମ୍ବଳ ଛଡାଇ ନେଇଥିଲେ । ଏହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ଆନ୍ଦେଳନକାରୀମାନେ ମତ ରଖୁଛନ୍ତି ।
Kon chor hai? Haan wahi!
What an embarrassment! #LucknowProtest #HusainabadClockTower #CAAProtest#GhantaGhar pic.twitter.com/2PgpRuunb8— V (@Varishaaaa) January 18, 2020
ଏମିତିକି ଏହାର ଏକ ଭିଡିଓ ଏବେ ଶୋସାଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ପୋଲିସ ସେମାନଙ୍କୁୂ ଧାରଣା ସ୍ଥଳରୁ ହଟାଇବା ପାଇଁ ବହୁ ପ୍ରଚେଷ୍ଟା କରିଥିଲା । ମାତ୍ର ମହିଳାମାନେ ଧାରଣାରୁ ଉଠିନଥିଲେ । ଫଳରେ ପୋଲିସ ଏଇ ବାଟ ଆପଣେଇଥିବା ଆଲୋଚନା ହେଉଛି । ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶକ୍ରମେ ପୋଲିସ ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।