ଜୟପୁର(ଏଟିଆର ବ୍ୟୁରୋ): ଗତ ଡିସେମ୍ବର ୨୬ରେ ହୋଇଥିବା ସୂର୍ଯ୍ୟପରାଗକୁ ଖାଲି ଆଖିରେ ଦେଖିବାରୁ ୧୫ ଜଣ ଶିଶୁଙ୍କ ଆଖି ଖରାପ ହୋଇଯାଇଥିବାର ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଅଞ୍ଚଳରେ । ସୂଚନା ଅନୁସାରେ ଡିସେମ୍ବର ୨୬ ତାରିଖରେ ହୋଇଥିବା ସୂର୍ଯ୍ୟପରାଗକୁ ୧୫ ଜଣ ଶିଶୁ ବିନା କିଛି ସୁରକ୍ଷାରେ ସୂର୍ଯ୍ୟପରାଗ ଦେଖିଥିଲେ । ଏହା ପରେ ଶିଶୁ ମାନେ ଅଭିଭାବକ ମାନଙ୍କୁ କିଛି ଦେଖାଯାଉ ନାହିଁ ବୋଲି କହିଥିଲେ । ହେଲେ ଅଭିଭାବକ
ମାନେ ଶିଶୁ ମାନଙ୍କ କଥାରେ ଗୁରୁତ୍ୱର ଦେଇନଥିଲେ । ତେବେ କିଛି ଦିନ ପରେ ଶିଶୁ ମାନେ ଆଉ କିଛି ଦେଖି ପାରିନଥିଲେ ।
ଏହା ପରେ ଶିଶୁ ମାନଙ୍କୁ ସୱାଇ ମାନସିଂହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ନେତ୍ର ବିଭାଗର ଅଧ୍ୟକ୍ଷ ଡାକ୍ତର କମଲେଶ ଖିଲୱାନିଙ୍କ ମତରେ ଶିଶୁ ମାନଙ୍କର ୭୦ ପ୍ରତିଶତ ଅଖି ଖରାପ ହୋଇଯାଇଛି । ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାରୁ ପିଲା ମାନଙ୍କର ଆଖିରେ ଥିବା ରେଟିନା ସମ୍ପୂର୍ଣ୍ଣ ଜଳି ଯାଇ ଏକ ହଳଦିଆ ଆସ୍ତରଣ ପଡିଯାଇଛି । ହେଲେ ଏହାକୁ ଚିକିତ୍ସା କରାଯାଇ ଠିକ କରାଯାଇ ପାରିବ ବୋଲି ଡାକ୍ତର କହିଛନ୍ତି ।