ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ, ଚୀନର ରାଷ୍ଟ୍ରପତିଙ୍କ ନାଁ ଭୁଲ ଅନୁବାଦ କରି ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗ କୁ କ୍ଷମା ମାଗିଛି ।
ସୁଚନା ଅନୁସାରେ ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗ ମ୍ୟାଁମାର ଗସ୍ଥରେ ଥିବା ସମୟରେ ଫେସବୁକରେ ତାଙ୍କ ନାମକୁ ବର୍ମି ଭାଷାରୁ ଇଂରାଜୀ ଭାଷାରେ ଭୁଲ ଅନୁବାଦ ହୋଇଥିଲା ।
ମ୍ୟାଁମାର ର ଫେସବୁକ ପେଜରେ ରାଷ୍ଟ୍ରପତିଙ୍କ ନାମର ଭୁଲ ଅନୁବାଦ ହୋଇ ମିଷ୍ଟର ଶିଟହୋଲ ହୋଇଯାଇଥିଲା । ଯାହା ଫଳରେ ଏହାକୁ ନେଇ ବିବାଦର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ପରେ ଫେସବୁକ ବାଧ୍ୟ ହୋଇ କ୍ଷମା ମାଗିବା ସହ ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି କହିଛି । ଏବଂ ଫେସବୁକରେ ଚୀନର ରାଷ୍ଟ୍ରପତିଙ୍କ ନାମକୁ ସଠିକ ମଧ୍ୟ କରିଛି ।