ଭଗବାନଙ୍କ ସୃଷ୍ଟି ଅନ୍ୟୁନ । କେତେବେଳେ କାହାକୁ କେଉଁ ରୂପରେ ଗଢି ତୋଳୁଛନ୍ତି । ସମାଜରେ ପୁରୁଷ ଏବଂ ନାରୀଙ୍କୁ ଛାଡିଦେଲେ ଆଉ ଏକ ଲିଙ୍ଗ ହେଉଛି ତୃତୀୟ ଲିଙ୍ଗ । ସୁପ୍ରିମ କୋର୍ଟ ତରଫରୁ ଏମାନଙ୍କୁ ସ୍ୱତନ୍ତ୍ର ପରିଚୟ ମଧ୍ୟ ମିଳିସାରିଛି । ତାସତ୍ୱେ ମଧ୍ୟ ଏହି ଲିଙ୍ଗର ବ୍ୟକ୍ତିଙ୍କୁ ଘୃଣ୍ୟ ନଜରରେ ଦେଖୁଛି ସମାଜ । କାହିଁକି ଓ କଣ ପାଇଁ? ଏମାନଙ୍କ ଦୋଷ କଣ ? ଯେଉଁଠିକି ଗଲେ ଦୂର୍ ଦୂର୍ ମାର୍ ମାର୍ । କିଏ କୁହେ ହିଂଜଡା ତ ଆଉ କିଏ କୁହେ ମାଇଚିଆ,ଆଉ କେହି କେହି କୁହନ୍ତି ନାପୁସଂଙ୍କ । ଏହି ସବୁ କଥାକୁ ପଛରେ ପକାଇ ଏହି ତୃତୀୟ ଲିଙ୍ଗଙ୍କ ମଧ୍ୟରୁ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସମାଜ ପାଇଁ ଭଲ କାମ କରୁଛନ୍ତି । ସେହି ତାଲିକାରେ ଆଉ ଏକ କିନ୍ନର ସାମିଲ ହେବାକୁ ଯାଉଛନ୍ତି । ସେ ହେଉଛନ୍ତି ସମ୍ବଲପୁରର ଆରୋହୀ ପାଣ୍ଡେ । ତାଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ସୀତାଞ୍ଜଳି ଜେନା ।
ପ୍ରଶ୍ନ୧: ଆରୋହୀ ନାଁଟି ଆପଣଙ୍କର କିଏ ଦେଇଥିଲେ?
ଉତ୍ତର- ବାପା ଓ ମା’ଙ୍କ ଠାରୁ ଦୁରେଇ ଯିବା ପରେ କୋଳେଇ ନେଇଥିଲେ କିନ୍ନର ସଂଘ ।ସେମାନେ ହିଁ ମୋର ନାଁ ଆରୋହି ପାଣ୍ଡେ ଦେଇଥିଲେ । ସେହିଦିନ ଠାରୁ ମୁଁ ଆରୋହି ନାଁରେ ପରିଚିତ ।
ପ୍ରଶ୍ନ୩: ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଉତ୍ତର-ଆଗରୁ ବାପା,ମା’ ଏବଂ ମୁଁ ମିଶିକି ରହୁଥିଲୁ । କିନ୍ତୁ ମୁଁ ଏବେ ସଂପୂର୍ଣ୍ଣ ଏକା ।
ପ୍ରଶ୍ନ୫: ବର୍ତ୍ତମାନ ଆପଣ କ’ଣ କରନ୍ତି?
ଉତ୍ତର- ଗୋଟେ ଏନ.ଜି.ଓ ସଂସ୍ଥାରେ ଚାକିରି କରିବା ସହ ମୁଁ ଏବେ ମଡେଲିଂ କରୁଛି ।
ପ୍ରଶ୍ନ୬: ମଡେଲିଂ ଲାଇନରେ କେବେଠୁ ପାଦ ରଖିଲେ?
ଉତ୍ତର- ଗୋଟେ ବର୍ଷ ହେଲା ।
ପ୍ରଶ୍ନ୭: ଏଥିପାଇଁ ଆପଣଙ୍କୁ କିଏ ପ୍ରୋତ୍ସାହନ କରିଥିଲେ?
ଉତ୍ତର-ପିଲାଟି ବେଳୁ ଇଚ୍ଛା ଥିଲା । ସୁଯୋଗ ଅପେକ୍ଷାରେ ଥିଲି । ଯାହା ଆଜି କେତେକାଂଶରେ ସଫଳ ମଧ୍ୟ ହୋଇଛି । ଆଗକୁ ଆହୁରି ଯିବାକୁ ଅଛି ।
ପ୍ରଶ୍ନ୮: ଆଗକୁ କ’ଣ କରିବେ ବୋଲି ଆପଣ ଲକ୍ଷ ରଖିଛନ୍ତି?
ଉତ୍ତର- ସୁଯୋଗ ମିଳିଲେ ମୁଁ ଗୋଟେ ଭଲ ଏୟାର ହଷ୍ଟେସ୍ ହେବାକୁ ଚାହେଁ । କିନ୍ତୁ ଡର ଲାଗେ ଆମ ପ୍ରତିଥିବା ସମାଜର କାଇଦା କାନୁନକୁ ।
ପ୍ରଶ୍ନ୯:କେବେ ଜାଣିବାକୁ ପାଇଲେ ଯେ ଆପଣ ଗୋଟେ କିନ୍ନର?
ଉତ୍ତର-ଯେତେବେଳେ ଅଷ୍ଟମ ଶ୍ରେଣିରେ ପଢୁଥିଲି ସେତେବେଳେ ପ୍ରଥମ ଥର ଅନୁଭବ କରିଥିଲି । ଝିଅଙ୍କ ଡ୍ରେସ୍ ପିନ୍ଧିବା ଏବଂ ତାଙ୍କ ପରି ସଜେଇ ହେବା ଲାଗି ସବୁବେଳେ ଇଚ୍ଛା ହେଉଥିଲା ।
ପ୍ରଶ୍ନ୧୦: ଆପଣଙ୍କ ଘରେ ଆପଣଙ୍କୁ ସହଯୋଗ କରନ୍ତି କି ନାହିଁ?
ଉତ୍ତର-ବିଲକୁଲ ନୁହେଁ । ବରଂଯେତେବେଳେ ମୋ ବିଷୟରେ ପରିବାର ଲୋକେ ଜାଣିଲେ ମୋତେ ଦୂରଦୂର ମାରମାର କଲେ । ଏହା ଥିଲା ସବୁଠାରୁ ମୋ ପାଇଁ ବଡ ଦୁଃଖର ବିଷୟ ।
ପ୍ରଶ୍ନ୧୧: ସମାଜ ଆଗରେ କିପରି ଖାପ ଖୁଆଇ ଚାଲନ୍ତି?
ଉତ୍ତର-ପ୍ରଥମେତ ବହୁତ କଷ୍ଟ ଲାଗୁଥିଲା । ବିଭିନ୍ନ କଥା ଶୁଣିବାକୁ ମିଲୁଥିଲା । ଏବେ ସମାଜରେ ଆଗ ଅପେକ୍ଷା ପରିବର୍ତ୍ତନ ଆସିଛି । ତଥାପି କିଛି ସ୍ଥାନରେ ଲୋକେ ଟାହି ଟାପରା କରୁଛନ୍ତି । ଯାହା ବହୁତ କଷ୍ଟ ଦେଉଛି ।
ପ୍ରଶ୍ନ୧୨: ଯେଉଁମାନେ ସବୁ କିନ୍ନର ଅଛନ୍ତି ସେମାନଙ୍କୁ ଆପଣ କ’ଣ ବାର୍ତ୍ତା ଦେବେ?
ଉତ୍ତର- ସେମାନଙ୍କ ପାଇଁ ମୋ ବାର୍ତ୍ତା ହେଉଛି କିନ୍ନରର ମାନେ ହେଉଛି କେବଳ ରାସ୍ତା କଡରେ ଛିଡା ହେବା କିମ୍ବା ଟ୍ରେନରେ ଭିକ ମାଗିବା ନୁହେଁ । ସେଥିପାଇଁ ଭଲ ପାଠ ପଢି ଭଲ କାମ କରିବା ସହ ପୁରୁଷ ଏବଂ ନାରୀଙ୍କ ଭଳି ସମାଜରେ ବଞ୍ଚିବା ।
Patitapaban baral
Nothing is impossible everything is possible so keep trying